ETV Bharat / state

ବଲାଙ୍ଗୀରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 80କୁ ବୃଦ୍ଧି - balangir corona update

ରବିବାର ବଲାଙ୍ଗୀରରେ ପୁଣି 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 80ରେ ପହଞ୍ଚିଛି । ଅଧିକ ପଢନ୍ତୁ...

New 11 corona positive identified in balangir
ବଲାଙ୍ଗୀରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 80
author img

By

Published : May 31, 2020, 4:05 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ଏହି କ୍ରମରେ ରବିବାର ପୁଣି 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 80ରେ ପହଞ୍ଚିଛି ।

ମୁରିବାହାଲ ବ୍ଲକ ତେତେଲ ଖୁଣ୍ଟି ଓ ଗଡ଼ଗଡ଼ ବାହାଲ ପଞ୍ଚାୟତରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବଙ୍ଗୋମୁଣ୍ଡା ଜାମ ଖୁଣ୍ଟା ପଞ୍ଚାୟତରୁ 3 ଜଣ, ତୁରେକେଲା ବ୍ଲକ ମହାଖଣ୍ଡ ପଞ୍ଚାୟତରୁ 4 ଜଣ ଏବଂ ଟିଟିଲାଗଡ଼ ବ୍ଲକ ବିଲେଇକାନି ପଞ୍ଚାୟତରୁ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ ପୁଣି 11 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 80

ତେବେ ଜାମ ଖୁଣ୍ଟା, ମହାଖଣ୍ଡ, ବିଲେଇକାନି ପଞ୍ଚାୟତରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର କିମସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.