ବଲାଙ୍ଗୀର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଯେଉଁଥିରେ ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଥିବା କହିଛି । ଏଥିପାଇଁ ଆଜି(ଶନିବାର) ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଯେଉଁଥିରେ ଜିଲ୍ଲାର ସବୁ ବିଡିଓ, ଅଗ୍ନିଶମ ବିଭାଗ, ପୋଲିସ୍, ଏନଡିଆରଏଫ୍, ଏସଡିଆରଏଫ୍, କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।
ବଲାଙ୍ଗୀର ଜିଲ୍ଲାର ନଦୀ ତଳିଆ ଅଞ୍ଚଳକୁ ବିଶେଷ କରି ଏଥିରେ ଧ୍ୟାନ ଦିଆଯାଇଛି । ସେହିପରି ସବୁ ବିଭାଗକୁ ଏଥିପାଇଁ ସଜାଗ ରହିବା ସହ ଆବଶ୍ୟକ ସାମଗ୍ରୀ ଇତ୍ୟାଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ଲାଗୁରି କହିଛନ୍ତି । ସେହିପରି ସବୁ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାର ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର