ETV Bharat / state

MSP ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନରସିଂହ - Narasingha mishra

କେନ୍ଦ୍ର ସରକାର ଚାଷୀଙ୍କ ଶସ୍ୟର MSP ଉପରେ ଏବେ କ୍ବିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ଏହାକୁ ଚାଷୀଙ୍କ କଟା ଘା ରେ ଚୂନ ଦେଲା ଭଳି କଥା ବୋଲି କହିଛନ୍ତି। ଅଧିକ ପଢନ୍ତୁ...

ନରସିଂହ ମିଶ୍ର
ନରସିଂହ ମିଶ୍ର
author img

By

Published : Jun 11, 2021, 9:08 AM IST

ବଲାଙ୍ଗୀର: କେନ୍ଦ୍ର ସରକାର ଚାଷୀଙ୍କ ଶସ୍ୟର MSP ଉପରେ ଏବେ କ୍ବିଣ୍ଟାଲ ପିଛା 72 ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ଏହାକୁ ଚାଷୀଙ୍କ କଟା ଘା ରେ ଚୂନ ଦେଲା ଭଳି କଥା ବୋଲି କହିଛନ୍ତି। ଏହାକୁ ନେଇ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ତାଙ୍କ ଅମଳ ଶସ୍ୟର ଯେମିତି ଧାନର ସର୍ବନିମ୍ନ ମୂଲ୍ୟରେ 72 ଟଙ୍କା କ୍ବିଣ୍ଟାଲ ପିଛା ବୃଦ୍ଧି କରିଛନ୍ତି।

MSP ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନରସିଂହ

ଏହାପରେ ଚାଷୀ ଏବେ ଧାନ କୁଇଣ୍ଟାଲ ପିଛା 1868 ଟଙ୍କା ବଦଳରେ 1940 ଟଙ୍କା ପାଇବେ । ତେବେ ଏହା ଚାଷୀଙ୍କ କଟା ଘା ରେ ଚୂନ ଦେଲା ଭଳି କାମ କେନ୍ଦ୍ର ସରକାର କରିଛନ୍ତି ବୋଲି ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଚାଷୀ ଧାନ ଚାଷ ପାଇଁ ଯେତେ ଖର୍ଚ୍ଚ କରୁଛି ତାହାର ଅଧା ମଧ୍ୟ ଚାଷୀ ପାଉ ନ ଥିବାର ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ତେବେ କେନ୍ଦ୍ର ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କ MSPକୁ ଦୁଇ ଗୁଣା କରିବେ ବୋଲି କହିଥିଲେ।

ତେବେ ବିଜେପି ସରକାରକୁ ଆସିବା ପରେ କେନ୍ଦ୍ର ସରକାର ଚାଷୀଙ୍କୁ ମିଛ ଉପରେ ମିଛ କହି ଚାଷୀଙ୍କୁ ଶୋଷଣ ହେବା ପାଇଁ ଛାଡି ଦେଇଛନ୍ତି ବୋଲି ସେ କହିଛନ୍ତି। ସମାନ ଭାବରେ କେନ୍ଦ୍ର ସରକାର ସ୍ଵାମୀ ନାଥନ୍ କମିଶନର ସୁପାରିସ କୁ ଏଯାଏଁ କାହିଁକି ଲାଗୁ କରୁ ନାହାଁନ୍ତି ବୋଲି ସେ କହିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.