ETV Bharat / state

ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

author img

By

Published : Jan 26, 2021, 10:57 PM IST

ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର । ସରକାର ଜାଣିଶୁଣି ଓଡ଼ିଶାରେ କୃଷକ ବିରୋଧୀ ନିୟମ ଆପଣାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

narasingha mishar pressmeet on farmers problems
ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

ବଲାଙ୍ଗୀର: ପୁଣି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। ଆଜି ଏକ ସମ୍ବାଦିକ ସମ୍ମୀଳନୀରେ ସରକାର ଜାଣିଶୁଣି ଓଡ଼ିଶାରେ କୃଷକ ବିରୋଧୀ ନିୟମ ଆପଣାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଚାଷୀ ସମସ୍ୟା ନେଇ ପୁଣି ଓଡିଶା ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଓଡିଶା ସରକାରଙ୍କ ଉପରେ ଚାଷୀ ମାରଣ ନୀତି ଆପଣାଇଥିବାର ଅଭିଯୋଗ କରିଛନ୍ତି। ତେବେ ସାରା ଦେଶରେ କୃଷକ ମାନେ କେନ୍ଦ୍ର କୃଷି ଆଇନକୁ ନେଇ ଆନ୍ଦୋଳନ କରୁଛନ୍ତି। ଓଡିଶା କଂଗ୍ରେସ ତାଙ୍କର ଦାବିକୁ ନ୍ୟାର୍ଯ୍ୟ କହି ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେଉଛି ବୋଲି କହିଛନ୍ତି। ସମାନ ଭାବରେ ଓଡିଶାରେ ବର୍ତ୍ତମାନ ଧାନ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ ବଢିଥିବା ବେଳେ ଆମ ସରକାର କେନ୍ଦ୍ର ଠାରୁ ଏଥି ପାଇଁ ପୁରସ୍କୃତ ମଧ୍ୟ ହୋଉଛନ୍ତି। ଅର୍ଥାତ ଧାନର ଉତ୍ପାଦନ ବଢିଥିବାର ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ଜଳସେଚିତ କିମ୍ବା ଅଣ ଜଳସେଚିତ ଜମିରେ ଏକର ପିଛା ବର୍ତ୍ତମାନ 30 ରୁ ଚାଳିଶ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି ଏହାକୁ ସରକାର ନିଜେ ସ୍ବୀକାର କରିଛନ୍ତି। ସରକାର ଜଳସେଚିତ ଜମିରୁ 19 କୁଇଣ୍ଟାଲ ଓ ଅଣ ଜଳସେଚିତ ଜମିରୁ 13 କୁଇଣ୍ଟାଲ ଧାନ କିଣିବାର ସ୍ଥିର କରିଛନ୍ତି।

ଅନ୍ୟପଟେ ସରକାର ଚାଷୀଙ୍କ ସବୁ ଧାନ କିଣିବେ ବୋଲି କହୁଛନ୍ତି। ତେବେ ତାଙ୍କର ନିଜ ନୀତି ଭୁଲ ଥିବା ବେଳେ ଚାଷୀ ତାଙ୍କର ବଳକା ଧାନ କଣ କରିବେ ତାହା ଏବେ ଚିନ୍ତାର ବିଷୟ ବୋଲି କହିଛନ୍ତି। ସମାନ ଭାବରେ ସରକାର ଚାଷୀ ମାରଣ ନୀତି ଆପଣାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.