ETV Bharat / state

ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ କାମ ଆରମ୍ଭ, ତେଜିଲା ଶ୍ରେୟ ରାଜନୀତି - ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ

ବଲାଙ୍ଗୀରରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବଲାଙ୍ଗୀର ବାଇପାସ କାମ ଆରମ୍ଭ ହୋଇଛି । ଏହାର ଶ୍ରେୟ ନେବା ପାଇଁ ରାଜନୀତି ଜୋର ଧରିଛି । ଅଧିକ ପଢନ୍ତୁ

balangir bypass road work
balangir bypass road work
author img

By

Published : Jul 10, 2023, 12:35 PM IST

ବଲାଙ୍ଗୀର: ବଲାଙ୍ଗୀରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବଲାଙ୍ଗୀର ବାଇପାସ କାମ ଆରମ୍ଭ ହୋଇଛି । ଅନ୍ୟପଟେ ଲୋକଙ୍କ ଦାବି ପୂରଣ ହୋଇଥିବା ବେଳେ ଏହାର ଶ୍ରେୟ ନେବା ପାଇଁ ରାଜନୀତି ଜୋର ଧରିଛି । ଯେଉଁଥିରେ କଂଗ୍ରେସ ଓ ବିଜେପି ହୋଇଛନ୍ତି ମୁହାଁମୁହିଁ ।

ସୂଚନା ମୁତାବକ, ବଲାଙ୍ଗୀର ସହର ଦେଇ ୨ଟି ଜାତୀୟ ରାଜପଥ ଯାଇଛି । ଗୋଟିଏ ବରଗଡ଼ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଓ ଅନ୍ୟଟି ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ । ଯେଉଁଥି ପାଇଁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବା ସହ ନୀତି ଦିନ ଦୁର୍ଘଟଣାରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଥିଲା । ସେପଟେ ଏଥି ଯୋଗୁଁ ସହର ବାହାରେ ଶହଶହ ଭାରି ଯାନ ଅଟକି ରହୁଥିଲା । ତେଣୁ ଏହାର ସମାଧାନ ନେଇ ବଲାଙ୍ଗୀର ଲୋକେ ଦୀର୍ଘ ବର୍ଷରୁ ବାଇପାସ ରାସ୍ତା ନିର୍ମାଣ ନେଇ ଦାବି କରି ଆସୁଥିଲେ ।

ଏନେଇ କେନ୍ଦ୍ର ସରକାରଙ୍କ 430 କୋଟି ଟଙ୍କାରେ 12 କିମିର ବାଇପାସ କାମ ଆରମ୍ଭ ହୋଇଛି । ଯାହାର ଶିଳାନ୍ୟାସ ଗତ ଜୁନ 30 ତାରିଖରେ କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କରିଥିଲେ। ହେଲେ ଏହାକୁ ନେଇ କଂଗ୍ରେସ ଓ ବିଜେପି ନେତା ଶ୍ରେୟ ନେବାକୁ ମୁହାଁମୁହିଁ ହେବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନେତା ଠୁ କର୍ମୀ ଉଭୟ ଏହାର ଶ୍ରେୟ ପାଇଁ ଏବେ ମୁହାଁ ମୁହିଁ ହୋଇଛନ୍ତି। ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ସିଧା ସଳଖ ବିଜେପିକୁ ରାର୍ଗେଟ କରିଥିବା ବେଳେ ଶିଳାନ୍ୟାସ ପାଇଁ ଆୟୋଜିତ ସଭାରେ ଏହାର ବିଳମ୍ବ ପାଇଁ କେବଳ କେନ୍ଦ୍ର ବିଜେପି ସରକାର ଦାୟୀ ବୋଲି କହିଥିଲେ।

ଏହା ମଧ୍ୟ ପଢନ୍ତୁ- ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ ରାସ୍ତାର ଶିଳାନ୍ୟାସ

ଅନ୍ୟପଟେ ଏହି କାମ କେନ୍ଦ୍ର ସରକାର ହିଁ ଲୋକଙ୍କ ପାଇଁ ଏବେ କରିକି ଦେଖାଇଛି ଓ ବିଜେପିକୁ ହିଁ ଏହାର ଶ୍ରେୟ ଯିବ ବୋଲି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ କହିଥିଲେ । ତେବେ ଏହି ଦୁଇ ନେତାଙ୍କ ଭାଷଣ ବାଜି ଓ ଆରୋପ ପ୍ରତ୍ୟାରୋପକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ 2013ରେ ଏହାର ପ୍ରସ୍ତାବ ଗ୍ରହଣ କରିଥିଲା କେନ୍ଦ୍ର ସରକାର ଓ 2014ରେ ଏହାର ଫାଇଲ ଖୋଲା ଯାଇଥିଲା। ହେଲେ ଏହା ଆରମ୍ଭ ହେବାକୁ 10 ବର୍ଷ ଲାଗି ଗଲା ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ । ତେବେ ଏହି ଦୁଇ ନେତାଙ୍କ ମୁହାଁମୁହିଁ ହେବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ପ୍ରଭାବ ଦୁଇ ଦଳର କର୍ମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ସେହିପରି ଏଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ନିଜ ଶ୍ରେୟ ନେବାକୁ କସରତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.