ETV Bharat / state

ଅଫିସରଙ୍କୁ ଉଠବସ୍ କରାଇଲେ ବିଧାୟକ

ପୂର୍ତ୍ତ ବିଭାଗରେ ଜଣେ ଅଫିସରଙ୍କୁ ଉଠବସ କରାଇଲେ ପାଟଣାଗଡ ବିଧାୟକ । ଭିଡିଓ ଭାଇରାଲ, ‘ଦବଙ୍ଗ’ ବିଧାୟକଙ୍କୁ ନେଇ ସରଗରମ ରାଜନୀତି ।

author img

By

Published : Jun 6, 2019, 1:50 PM IST

Updated : Jun 6, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବିଧାୟକଙ୍କ ଦାଦାଗିରି । ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ କରାଇଲେ ଉଠବସ । କାନଧରି ଶହେ ଥର ଉଠବସ ହେବାକୁ ଦେଲେ ଚେତାବନୀ । 5 ମିନିଟ ଭିତରେ ଉଠବସ ନହେଲେ ସାଧାରଣ ଲୋକଙ୍କ ଦ୍ବାରା ମାଡ ମରାଇବାକୁ ନିର୍ଦ୍ଦେଶ । ସର୍ବସାଧାରଣରେ 3ରୁ 4ଥର ଉଠବସ ହେଲେ ପୂର୍ତ୍ତ ବିଭାଗର ଜଣେ ସହକାରୀ ଯନ୍ତ୍ରୀ । ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଏଭଳି କାରନାମା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଘଟଣାଟି ଥିଲା ଏପରି । ବୁଧବାର ସନ୍ଧ୍ୟାରେ ଏକ ରାସ୍ତା କାମର ସମୀକ୍ଷା ପାଇଁ ବେଲପଡା ଗସ୍ତ କରିଥିଲେ ବିଧାୟକ ସରୋଜ ମେହେର । ସାଙ୍ଗରେ ଥିଲେ ରାସ୍ତା କାମର ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ । ବଲାଙ୍ଗୀର ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ହେଉଥିବା କିଛି ଲୋକ ସରୋଜଙ୍କ ପାଖରେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ରାସ୍ତାକୁ ଦେଖାଇ ନିମ୍ନମାନ କାମର ପ୍ରମାଣ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ବିଧାୟକଙ୍କ ଦାଦାଗିରି ଷ୍ଟାଇଲ ।

ନିଜେ ରାସ୍ତା ଖୋଳି ଜାଞ୍ଚ କରିଥିଲେ ସରୋଜ । ପରେ ସହକାରୀ ଅଧିକାରୀଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଦବଙ୍ଗଗିରି । ତାଙ୍କୁ ନିମ୍ନମାନର କାମ ନେଇ ହିସାବ ମାଗିଥିଲେ ସରୋଜ । ଶହେଥର ଉଠବସ ହେବାକୁ ବାରମ୍ବାର ଦେଇଥିଲେ ଚେତାବନୀ । ସର୍ବସମ୍ମୁଖରେ ଉଠବସ କରାଇଥିଲେ । ଉଠବସ ନହେଲେ, ସାଧାରଣ ଲୋକ ମାଡ ମାରିବେ ବୋଲି ଚେତାବନୀ ଦେଇଥିଲେ ପାଟଣାଗଡ ବିଧାୟକ । ପୁରା ଘଟଣାର ଭିଡିଓ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଉ ଏହାକୁ ନେଇ ଏବେ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ବିଧାୟକଙ୍କ ଏଭଳି ଦାଦାଗିରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଜଣେ ବିଧାୟକ ଆଇନକୁ ହାତକୁ ନେବା କେତେ ଯୁକ୍ତିଯୁକ୍ତ, ତାକୁ ନେଇ ପ୍ରଶ୍ନ ଉଠିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ବିଧାୟକଙ୍କୁ ଏଭଳି କାମରୁ ନିବୃତ୍ତ ରଖିବା ପାଇଁ ଅନୁରୋଧ କରିଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ବିଧାୟକ ଆଇନକୁ ହାତକୁ ନେଇ ପାରିବେ ନାହିଁ ବୋଲି କହିଛନ୍ତି ନରସିଂହ ।

ସେପଟେ ଜଣେ ଆଦିବାସୀ ଅଫିସରଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା କହି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆଦିବାସୀ ସଙ୍ଘ । ଜିଲ୍ଲାର ସବୁ ବ୍ଲକରେ ସଙ୍ଘ ପକ୍ଷରୁ ବିଧାୟକଙ୍କୁ କୁଶ ପୁତ୍ତଲିକା ଦାହ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ ଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଜଣେ ଜୁନିୟର ଇଞ୍ଜିନିୟର ଙ୍କୁ ବାସ ଉଠ କରିବା ଘଟଣାକୁ ନିନ୍ଦା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସଂଯମ ହେବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହା ନିନ୍ଦନୀୟ। ଏପରି ହେଲେ ଲୋକପ୍ରତିନିଧି ଙ୍କ ଉପରୁ ହ୍ରାସ ତୁଟିବ।

Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
Last Updated : Jun 6, 2019, 3:12 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.