ETV Bharat / state

Ban on Actor Manoj Mishra: ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ନେତା, ମନୋଜଙ୍କ ସପକ୍ଷରେ ବାହାରିଲେ ନରସିଂହ

author img

By ETV Bharat Odisha Team

Published : Oct 28, 2023, 7:27 AM IST

ମନୋଜଙ୍କ ସପକ୍ଷରେ ସ୍ବର ଉଠାଇଲେ ନରସିଂହ । କଳାକାରଙ୍କୁ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହାଙ୍ଗା ପଡ଼ିବ ବୋଲି କହିଲେ ନରସିଂହ । ଅଧିକ ପଢନ୍ତୁ

Ban on Ollywood actor Manoj Mishra
Ban on Ollywood actor Manoj Mishra
Manoj Mishra

ବଲାଙ୍ଗୀର: ଅଭିନେତା ମନୋଜ ମିଶ୍ରଙ୍କୁ ଓଡିଆ ସିନେଜଗତରୁ ବ୍ୟାନ କରିବା ଘଟଣା । ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ରାଜନେତା । ମନୋଜଙ୍କ ସପକ୍ଷରେ ସ୍ବର ଉଠାଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ପାତର ଅନ୍ତର ନୀତି ବନ୍ଦ ନକଲେ ଆଗକୁ ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହାଙ୍ଗା ପଡ଼ିବ । ଏପରିକି ଦରକାର ପଡ଼ିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ଓ ଓଡ଼ିଶା ଦୁଇ ଫାଳ ହେବ ବୋଲି କହିଛନ୍ତି ନରସିଂହ ମିଶ୍ର । ବଲାଙ୍ଗୀର ଲୋଇସିଂହା ଠାରେ ଚାଲିଥିବା ଛେଲିଆ ପାଠ ଉତ୍ସବରେ ସେ ମଞ୍ଚରେ ଖୋଲା ଖୋଲି ଭାବରେ ମନୋଜ ମିଶ୍ରଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଥିଲେ । ସେହିପରି ଏଭଳି ନିଷ୍ପତ୍ତିରୁ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରି ଦୂରରେ ରହି ଏଠିକାର କଳାକାର ପ୍ରଯୋଜକଙ୍କୁ ଉଚିତ୍ ସମ୍ମାନ ଦେଉ ବୋଲି କହିଥିଲେ ନରସିଂହ ।

ଏହା ମଧ୍ୟ ପଢନ୍ତୁ-୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ଦିଆଯିବନି ଅଭିନୟ ସୁଯୋଗ

ପ୍ରଯୋଜକ ମନୋଜ ମିଶ୍ରଙ୍କ ସିନେମା ମାଇଣ୍ଡ ଗେମ୍ ପୂର୍ବ ଓଡ଼ିଶାରେ ଚାଲିବାକୁ ଦିଆ ଯାଇନଥିଲା । କିମ୍ବା କୌଣସି ସିନେମା ହଲ ଏହି ସିନେମାକୁ ଚଲାଇ ନଥିଲେ । ଏହାକୁ ନେଇ ମନୋଜ ମିଶ୍ର ସିଧାସଳଖ ଆଞ୍ଚଳିକ ବୈଷମ୍ୟ ଭାବରେ ଏପରି ହେଉଥିବାର ଅଭିଯୋଗ ଆଣିଥିଲେ । ଯାହା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା ।

ସମ୍ବଲପୁରରେ ଓଡ଼ିଆ ସିନେମା ରାମକୁ ବିରୋଧ କରା ଯିବା ସହ ସିନେମା ଚଲାଇ ଦେଇ ନଥିଲେ କୋଶଳ ସଂଗଠନ । ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ମନୋଜ ମିଶ୍ରଙ୍କୁ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିରୁ ଦୁଇ ବର୍ଷ ବ୍ୟାନ କରାଯିବା ପରେ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡିଶା ସିନେମା ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ କରିବାର ନିଷ୍ପତ୍ତିକୁ ନେଇ ପଶ୍ଚିମ ଓଡିଶାରେ ବିରୋଧ କରାଯାଉଛି । ବିଶେଷ କରି ଅନେକ ସଂଗଠନ ଏହାକୁ ତୀବ୍ର ବିରୋଧ କରିବା ସହ ଆଞ୍ଚଳିକ ବୈଷମ୍ୟ ଓ ପାତର ଅନ୍ତ୍ରର ନୀତି ଆପଣାଯାଉଥିବାର ଅଭିଯୋଗ କରି ଆସୁଛନ୍ତି । କୋଶଳ ସଂଗଠନ ଏଥିରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଆନ୍ଦୋଳନ କରିଛନ୍ତି ।

ସେହିପରି ପଶ୍ଚିମ ଓଡ଼ିଶାର କଳାକାର ପ୍ରଯୋଜକଙ୍କୁ ବ୍ୟାନକୁ ନେଇ ଏମାନେ କୌଣସି ସିନେମା ହଲରେ ଓଡ଼ିଆ ସିନେମା ଲଗାଇବାକୁ ବିରୋଧ କରିଛନ୍ତି । ନିକଟରେ ଏମାନେ ରାମ ସିନେମାର ପୋଷ୍ଟର ଫାଡିବା ସହ ସିନେମା ହଲରେ କୌଣସି ଓଡ଼ିଆ ସିନେମା ଚାଲିବାକୁ ଦେବେ ନାହିଁ ବୋଲି କହିଥିଲେ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.