ETV Bharat / state

ଦୁର୍ନୀତିର ଗନ୍ତାଘର ବଲାଙ୍ଗୀର ପୌରପାଳିକା: ନିରସିଂହ ମିଶ୍ର - ବଲାଙ୍ଗୀର ପୌରପାଳିକା ଦୁର୍ନୀତି

ବଲାଙ୍ଗୀର ପୌରପାଳିକା ଦୁର୍ନୀତିର ଗନ୍ତାଘର ପାଲଟିଛି । ଏମିତି କିଛି ଅଭିଯୋଗ କରିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

narasingha mishra on municipality corruption
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର
author img

By

Published : May 3, 2023, 12:39 PM IST

ଦୁର୍ନୀତିର ଗନ୍ତାଘର ବଲାଙ୍ଗୀର ପୌରପାଳିକା

ବଲାଙ୍ଗୀର: ଜିଲ୍ଲା ପୌରପାଳିକା ଦୁର୍ନୀତିର ଗନ୍ତାଘର ହୋଇଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବଲାଙ୍ଗୀର ପୌରପାଳିକା ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର । ବୃଦ୍ଧଙ୍କ ଭତ୍ତା, ଗରିବ ଲୋକଙ୍କ ଚାଉଳ ସବୁଥିରେ ଘୋର ଦୁର୍ନୀତି ହୋଇଥିବା କହିଛନ୍ତି ବିଧାୟକ । ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ପୌରଧ୍ୟକ୍ଷା ଲିକା ସାହୁ ।

ବଲାଙ୍ଗୀର ପୌରପାଳିକା ଦୁର୍ନୀତି ନେଇ ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି । ପ୍ରତ୍ୟେକ ପୌରପାଳିକା ତାର ବଜେଟ 31 ମାର୍ଚ୍ଚ ସୁଦ୍ଧା ପ୍ରସ୍ତୁତ କରି କାଉନ୍ସିଲ ମିଟିଂରେ ଆଗତ କରିଥାଏ । ହେଲେ ବଲାଙ୍ଗୀର ପୌରପାଳିକା ଏଯାଏଁ ବଜେଟ 23-24 ବର୍ଷ ପାଇଁ ବଜେଟ ପାରିତ କରିନାହିଁ । ଏହାର ଅର୍ଥ ପୌରପାଳିକାର କୌଣସି ଖର୍ଚ୍ଚ କରିବାର ନାହିଁ । ସେହିପରି ପୌର କର୍ମଚାରୀଙ୍କୁ ଦରମା ମଧ୍ୟ ଦେଇ ପାରିବନାହିଁ । ଏଭଳି ଅବସ୍ଥାରେ ପୌରପାଳିକା ବରଖାସ୍ତ ହେବା କଥା । ସଂସଦ ହେଉ କି ବିଧାନସଭା କିମ୍ବା ପୌରପାଳିକା ସମସ୍ତେ 31 ମାର୍ଚ୍ଚ ସୁଦ୍ଧା ତାଙ୍କର ବଜେଟ ପ୍ରସ୍ତୁତ କରି ଆଗତ କରିବାର ନିୟମ ଅଛି । ଯାହାର ଅର୍ଥ ହେଲା ଖର୍ଚ୍ଚର ହିସାବ ନିକାସ । ହେଲେ ବଲାଙ୍ଗୀର ପୌରପାଳିକା ଏହା କରିବାରେ ବିଫଳ ହୋଇଥିବା କହିଛନ୍ତି ବିଧାୟକ ନିରସିଂହ ମିଶ୍ର ।

ସେ ଆହୁରି କହିଛନ୍ତି, ''ସମାନ ଭାବରେ ପୌରପାଳିକାରେ ପିଡ଼ିଏସ ବଣ୍ଟନ ନାଁରେ ମଧ୍ୟ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସମସ୍ତ ଏସଏଚଜିମାନେ ପିଡ଼ିଏସ ବଣ୍ଟନ ନିୟମ ଉଲ୍ଲଙ୍ଘନ କରିବା ସହ ଲକ୍ଷ ଲକ୍ଷ କୁଇଣ୍ଟାଲ ଚାଉଳ ହଡପ କରୁଛନ୍ତି । ଏପରିକି ନିକଟରେ ଶାସକ ଦଳର ଦୁଇ କାଉନସିଲର ପରସ୍ପର ବିରୋଧରେ ଏଭଳି ଅଭିଯୋଗ ଆଣିବା ଏହାକୁ ପ୍ରମାଣ କରୁଛି । ସେହିପରି ଗରିବ ଲୋକଙ୍କ ଭତ୍ତା ମଧ୍ୟ ହେରଫେର ହୋଇଛି । ଯେଉଁଥିରେ ପାଞ୍ଚ ଜଣ ନିଲମ୍ବିତ ହୋଇଛନ୍ତି । ସହର ଅଧ୍ୟରେ କୁଢ଼ କୁଢ ଆବର୍ଜନା ପଡିଥିବା ବେଳେ ପୌରପାଳିକା ଏଥିରେ ମଧ୍ୟ ବିଫଳ ହୋଇଛି । ଅନେକ ପ୍ରକଳ୍ପ ପାଇଁ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ପୌରପାଳିକା ତାକୁ କାମରେ ଲଗାଇ ପାରୁନାହିଁ ଦୁର୍ନୀତିର ଗନ୍ତାଘର ପାଲଟିଛି ବଲାଙ୍ଗୀର ପୌରପାଳିକା ।''

ସେପଟେ ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ପୋୖରାଧ୍ୟକ୍ଷା ଲିକା ସାହୁ । ବଜେଟ ପ୍ରସ୍ତୁତ ହୋଇ ଆଗତ ହୋଇ ସାରିଛି । କାଉନସିଲ ବସିବା ଦିନଠୁ ହିଁ ବଲାଙ୍ଗୀର ବିଧାୟକ ଅସହିଷ୍ଣୁ ହୋଇ ବିଭିନ୍ନ ଅଭିଯୋଗ ଆଣୁଛନ୍ତି ଯାହା ସତ୍ୟ ନୁହେଁ ବୋଲି କହିଛନ୍ତି ପୌରଧ୍ୟକ୍ଷା ଲିକା ସାହୁ । ତେବେ ଆଗକୁ ଏହି ଆରୋପ ପ୍ରତ୍ୟାରୋପ କେଉଁ ଦିଶା ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.