ETV Bharat / state

ଥଣ୍ଡା ପାନୀୟରେ ନିଶା ଦେଇ ଲୁଟ, ଷ୍ଟେସନ୍‌ରୁ ୩ ଛାତ୍ର ଉଦ୍ଧାର - ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲଓ୍ବେ ଷ୍ଟେସନ୍‌ରୁ ଅଚେତ୍‌ ଅବସ୍ଥାରେ ୩ ଛାତ୍ର ଉଦ୍ଧାର । କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି । ଅଧିକ ପଢ଼ନ୍ତୁ

miscreants loot students
miscreants loot students
author img

By ETV Bharat Odisha Team

Published : Sep 6, 2023, 4:03 PM IST

miscreants loot students

ବଲାଙ୍ଗୀର: କଣ୍ଟାବାଞ୍ଜି ରେଲଓ୍ବେ ଷ୍ଟେସନ୍‌ରୁ ଅଚେତ ଅବସ୍ଥାରେ ୩ ଛାତ୍ର ଉଦ୍ଧାର । ଏମାନଙ୍କୁ ନିଶା ଦେଇ ଲୁଟ୍‌ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ୩ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ SSC ପରୀକ୍ଷା ଥିଲା । ଏଥିପାଇଁ ୪ ଜଣ ଛାତ୍ର ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷା ସାରି ରାତିରେ ଇସ୍ପାତ୍‌ ଟ୍ରେନ୍‌ ଯୋଗେ କଣ୍ଟାବାଞ୍ଜିକୁ ଫେରୁଥିଲେ । ଟ୍ରେନ୍‌ଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ ୱେଟିଂ ହଲ୍‌ରେ ଶୋଇ ସକାଳୁ ନିଜ ନିଜ ଗାଁକୁ ବାହାରି ଯିବାକୁ ସ୍ଥିର କରିଥିଲେ । କିନ୍ତୁ ରାତିରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଥଣ୍ଡା ପାନୀୟରେ କିଛି ମିଶାଇ ପିଇବାକୁ ଦେଇଥିଲା । ୪ ଜଣଙ୍କ ମଧ୍ୟରୁ ୩ ଜଣ ଥଣ୍ଡା ପାନୀୟ ପିଇ ଦେଇଥିବା ବେଳେ ଜଣେ ପିଇ ନଥିଲେ । ଆଉ କିଛି ସମୟ ପରେ ସମସ୍ତେ ଶୋଇ ପଡ଼ିଥିଲେ । ଅଚେତ ଅବସ୍ଥାରେ ସେମାନଙ୍କ ଟଙ୍କା ଓ ମୋବାଇଲ ଚୋରି କରି ନେଇଯାଇଥିଲେ ଦୁର୍ବୃତ୍ତ ।

ଘଟଣାସ୍ଥଳରେ ୩ ଜଣଙ୍କୁ ଅଚେତା ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇ ଦିଆଯାଇଛି । ସେପଟେ ଏନେଇ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହା ମଧ୍ୟ ପଢନ୍ତୁ- ଚାଲୁଥିଲା ପରେଡ ରିହର୍ସଲ, ୩୦ ଡିଗ୍ରୀ ତାପମାତ୍ରାରେ ଅଚେତ୍ ହୋଇଗଲେ ବ୍ରିଟିଶ ସୈନିକ

ଏନେଇ ଉଦ୍ଧାର ହୋଇଥିବା ଛାତ୍ର ଶୋଭାଚନ୍ଦ୍ର ମେହେର କହିଛନ୍ତି ଯେ, ସେମାନେ ସମ୍ବଲପୁର ରେଙ୍ଗାଲି ଗ୍ରାମର ଅଟନ୍ତି । ସମସ୍ତେ ମିଶି ସମ୍ବଲପୁରରୁ କଣ୍ଟାବାଞ୍ଜି ଟ୍ରେନ୍‌ ଯୋଗେ ଆସିଥିଲେ। ତେବେ ଏମାନେ ଆଗକୁ ରାୟପୁର ଯିବାର ଥିଲା । ହେଲେ ଟ୍ରେନ୍‌ ବିଳମ୍ବ ଥିବାରୁ ସେମାନେ ସେଠିକାର ୱେଟିଂ ହଲ୍‌କୁ ଯାଇଥିଲେ । ତେବେ ସେମାନଙ୍କ ସହ ଆଉ କିଛି ଯୁବକ ଆସି କଥା ବାର୍ତ୍ତା କରିବା ସହ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଡାକିଥିଲେ । ଏମାନେ ତାଙ୍କ ସାଙ୍ଗରେ ଯାଇ ଥଣ୍ଡା ପାନୀୟ ପିଇଥିଲେ ଏବଂ ରାତିରେ ସେଠାରେ ହିଁ ଶୋଇ ପଡ଼ିଥିଲେ। ତେବେ ତାପରେ କଣ ହେଲା ସେମାନେ ଜାଣି ନ ଥିବା ବେଳେ ତାଙ୍କ ସାଙ୍ଗରେ ଥିବା ତାଙ୍କ ସାଙ୍ଗ ଥଣ୍ଡା ପାନୀୟ ପିଇ ନଥିବାରୁ ସେ ଠିକ୍ ଥିଲେ। ସେ ସମସ୍ତଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିବାର ସେ କହିଛନ୍ତି । ସେହିପରି ସେମାନଙ୍କର ଟଙ୍କା ମୋବାଇଲ ସବୁ ଲୁଟ ହୋଇଥିବା ମଧ୍ୟ ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.