ETV Bharat / state

Panchayat Election: ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୃତ୍ତ - ବ୍ରହ୍ମଗିରି ଖବର

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଦୁଇ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କଶିଝାରିଆ ଗ୍ରାମ 9 ନମ୍ବର ବୁଥରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଛନ୍ତି । ଅଧିକ ପଢନ୍ତୁ

ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୁତ୍ତ
ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୁତ୍ତବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୁତ୍ତ
author img

By

Published : Feb 16, 2022, 1:48 PM IST

ବ୍ରହ୍ମଗିରି: ଚାଲିଛି ପ୍ରଥମ ପଞ୍ଚାୟତ ନିର୍ବାଚନ । କଡା ସୁରକ୍ଷା ଭିତରେ ବି ମୁଣ୍ଡ ଟେକିଛି ବିଶୃଙ୍ଖଳା । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଦୁଇ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କଶିଝାରିଆ ଗ୍ରାମ 9 ନମ୍ବର ବୁଥରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଛନ୍ତି ।

ବୁଥରୁ ବାଲାଟ ବକ୍ସ ଟେକିନେଲେ ଦୁର୍ବୁତ୍ତ

ଆଜି ସକାଳୁ ଏହି ବୁଥରେ କିଛି ଲୋକଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ସମୟ ପାଖାପାଖି 10ଟା 3୦ ରେ ଜଣେ ଦୁର୍ବୁତ୍ତ ଭୋଟ ଦେବା ଆଳରେ ଆସି ବାଲାଟ ବକ୍ସ ଧରି ନିକଟରେ ଥିବା ଜଙ୍ଗଲ ଭିତରକୁ ଦୌଡି ପଳେଇଥିଲା । ଏସଡିପିଓ କିଶୋର କୁମାର ମୁଣ୍ଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ଏହା ବି ପଢନ୍ତୁ...Panchayat Election: ବିଜେଡିକୁ ଭୋଟ ଦେବାକୁ କହି ଶାବଳରେ ଆକ୍ରମଣ ! ୬ ଗୁରୁତର

ସେପଟେ ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତ ନିସିଭଅଁର ଗ୍ରାମର 8 ନମ୍ବର ବୁଥରେ ନିର୍ବାଚନୀ ହିଂସାରେ ୬ ଜଣ ଗୁରୁତର ହୋଇଛନ୍ତି । ବିଜେଡିକୁ ଭୋଟ ଦେବାକୁ କହି ବଜେପି କର୍ମୀଙ୍କୁ ଶାବଳରେ ଆକ୍ରମଣ ହୋଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.