ETV Bharat / state

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ, ଲୁଟି ନେଲେ ୩ ଲକ୍ଷ

author img

By

Published : Oct 11, 2021, 7:55 PM IST

ବଲାଙ୍ଗୀରରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ହୋଇଛି ଆକ୍ରମଣ । ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା କର୍ମଚାରୀଙ୍କଠୁ ଲୁଟି ନେଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ, ଲୁଟି ନେଲେ ୩ ଲକ୍ଷ
ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ, ଲୁଟି ନେଲେ ୩ ଲକ୍ଷ

ବଲାଙ୍ଗୀର: ଜିଲ୍ଲାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ମାଡ଼ ମାରି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ନାନ୍ଦୁପଲା ଗ୍ରାମର କିଓସ୍କ ବ୍ୟାଙ୍କ୍ ପରିଚାଳକ ଋଷି କୁମାର ବେହେରାଙ୍କ ଉପରେ ହୋଇଛି ଏହି ଆକ୍ରମଣ । ସେ ଆଜି(ସୋମବାର) ଖପ୍ରାଖୋଲ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ହରିଶଙ୍କର ଛକଠାରେ ୪ ଜଣ ଯୁବକ ବାଇକରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଏହାପରେ ତାଙ୍କ ଟଙ୍କା ବ୍ୟାଗ ସହିତ କାଗଜ ପତ୍ର ଚେକ୍ ବହି ସବୁ ଲୁଟି ସେମାନେ ଫେରାର ହୋଇ ଯାଇଥିଲେ । ତେବେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀ ଏହାକୁ ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.