ETV Bharat / state

ବଲାଙ୍ଗୀରେ ଲୁଟେରାଙ୍କ ଆତଙ୍କରାଜ, ଟଙ୍କା ନଦେବାରୁ ପରିବାର ଉପରେ ଆକ୍ରମଣ

author img

By

Published : Oct 27, 2022, 2:01 PM IST

ବଲାଙ୍ଗୀରରେ ପୁଣି ଲୁଟେରାଙ୍କ ଆତଙ୍କ ରାଜ । ଘରେ ପଶି ଶ୍ଵଶୁର, ଝିଅ, ଜ୍ବାଇଁଙ୍କୁ ମରଣାନ୍ତକ ଆକ୍ରମଣ । ଲୁଟି ନେଲେ ସୁନା ଅଳଙ୍କାର ଓ ଟଙ୍କା । ଅଧିକ ପଢ଼ନ୍ତୁ

ଦୁର୍ବୃତ୍ତଙ୍କ ଉନ୍ମୋତକାଣ୍ଡ : ଟଙ୍କା ନଦେବାରୁ ଝିଅ, ଜ୍ବାଇଁ ଓ ଶ୍ବଶୁରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀର ସହରରେ ପୁଣି ଲୁଟେରାଙ୍କ ଆତଙ୍କ ରାଜ । ଘରେ ପଶି ଶ୍ଵଶୁର, ଝିଅ, ଜ୍ବାଇଁଙ୍କୁ ମରଣାନ୍ତକ ଆକ୍ରମଣ । ଲୁଟିନେଲେ ସୁନା ଅଳଙ୍କାର ଓ ଟଙ୍କା । ଦିନ ଦ୍ବିପହରରେ ଘରେ ପଶି ସମସ୍ତଙ୍କୁ ମରଣାନ୍ତକ ଆକ୍ରମଣ ସହ ସୁନା ଅଳଙ୍କାର ଓ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ରାଜୀବ ନଗରରେ ।

ଏଠାରେ ରହୁଥିବା ସର୍ବେଶ୍ଵର ସାହୁ ନିଜ ଘରେ ଥିବା ବେଳେ ଆରଟିଓ କାମରେ ଆସିଥିବା ଝିଅ ଜ୍ବାଇଁ ମଧ୍ୟ ତାଙ୍କ ସହ ଥିଲେ । ହେଲେ ବୁଧବାର ପାଞ୍ଚରୁ ଛଅ ଜଣ ଯୁବକ ଘରକୁ ଅତର୍କିତ ଭାବରେ ପଶି ଆସି ମାରଣାସ୍ତ୍ରରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଏହାସହ ସୁନା ଅଳଙ୍କାର ଓ ନଗଦ ଏକ ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିବାର ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାରେ ସର୍ବେଶ୍ଵର ସାହୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅ ଜ୍ବାଇଁ ମଧ୍ୟ ଆହତ ହୋଇଛନ୍ତି । ସେପଟେ ପାଖ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ବଲାଙ୍ଗୀର ଟାଉନ ପୋଲିସ ଏହାର ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ଆହତ ମହିଳା ପିଙ୍କି ପାଣିଗ୍ରାହୀ କହିଛନ୍ତି, ଆରଟିଓରେ ତାଙ୍କ ଗାଡ଼ି ରହିଛି । ଗାଡ଼ି ନେବା ପାଇଁ ଆରଟିଓ ଅଫିସ ଯିବାକୁ ବାହାରିଥିଲେ ପିଙ୍କି ଏବଂ ତାଙ୍କ ସ୍ବାମୀ । ସେହି ସମୟରେ ଘର ଭିତରକୁ ହଠାତ୍‌ 5 ଜଣ ଦୁର୍ବୃତ୍ତ ପଶି ଆସି ଟଙ୍କା ମାଗିଥିଲେ ।

ହେଲେ ଟଙ୍କା ଦେବୁନି ବୋଲି କହିବାରୁ ଆମ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଏହି ଅଭିଯୁକ୍ତଙ୍କ ଭିତରୁ ବ୍ରହ୍ମା, ଅବକାଶ ଓ ଦୀପକ ଦାସଙ୍କୁ ଆହତ ମହିଳା ଚିହ୍ନିଥିବା କହିଛନ୍ତି । ଏହି ସମସ୍ତ ଅଭିଯୁକ୍ତ ରାଜୀବ ନଗରର । ତେବେ ଆଉ ଦୁଇଜଣ ପରିଚୟ ମିଳିପାରିନି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.