ETV Bharat / state

ଅସୁରକ୍ଷିତ ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ ! ହଷ୍ଟେଲରେ ପସି ଛାତ୍ରଙ୍କୁ ଆକ୍ରମଣ - ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ

ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସରେ ଯୁବକଙ୍କୁ ଆକ୍ରମଣ । ହଷ୍ଟେଲରେ ପଶି ଆକ୍ରମଣ କରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ
ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ
author img

By

Published : Feb 11, 2023, 1:32 PM IST

ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ

ବଲାଙ୍ଗୀର: ଅସୁରକ୍ଷିତ ରାଜେନ୍ଦ୍ର ୟୁନିଭରସିଟି କ୍ୟାମ୍ପସ । ୟୁନିଭରସିଟି ଭିତରେ ଅସାମାଜିକ ଯୁବକଙ୍କ ପ୍ରବେଶ ସହ ଆକ୍ରମଣକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ । ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ଗୁରୁବାର ରାତିରେ ହଷ୍ଟେଲ ମଧ୍ୟରେ ପଶି ଛାତ୍ରଙ୍କୁ ଆତର୍କିତ ଆକ୍ରମଣ କରିଥନ୍ତି ଦୁର୍ବୃତ୍ତ । ଯେଉଁଥିରେ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି । ଅଭିଯୋଗ ଅନୁସାରେ, ବାଳକ ହଷ୍ଟେଲରେ ଗୁରୁବାର ରାତିରେ ଜଣେ ଯୁବକ ଛୁରୀ ଧରି ଭିତରକୁ ଧସେଇ ପଶିଆସିବା ସହ ଯୁବକଙ୍କୁ ଟଙ୍କା ମାଗିଥିଲେ । ତେବେ ଟଙ୍କା ଦେବା ପାଇଁ ଯୁବକ ମନା କରିଦେବାରୁ ଛୁରୀ ଏବଂ ବ୍ଲେଡରେ ଦୁଇଜଣଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭିମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଅମୃତ ମେହେର ଏବଂ ଋତୁରାଜ ସିଂ । ଅମୃତଙ୍କ ବେକରେ ଆଘାତ ଲାଗିଥିବା ବେଳେ ଋତୁରାଜଙ୍କ ଦୁଇ ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି ।

ଏହି ଘଟଣାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବାରମ୍ବାର କ୍ୟାମ୍ପସ ଭିତରେ ଏଭଳି ଘଟଣା ଘଟୁଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛିମାସ ତଳେ ହଷ୍ଟେଲ ପରିସରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମରଣାନ୍ତକ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: President visits Lingaraj temple: ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଏନେଇ ଛାତ୍ରନେତା ସୁମନ କୁମାର ନନ୍ଦ କହିଛନ୍ତି,"ଏଭଳି ଘଟଣା ଛାତ୍ର ଛାତ୍ରୀଙ୍କୁ ମର୍ମାହତ କରିଛି । ଏମାନେ ଏଠି ନିଜକୁ ସୁରକ୍ଷିତ ମାନୁନଥିବାର କହିଛନ୍ତି । ସେହିପରି ଏହା ନୂଆ ନୁହେଁ ଆଗରୁ ମଧ୍ୟ ଅନେକ ଘଟଣା ଘଟି ଆସିଥିବା ବେଳ ଏବେ ଏହି ଘଟଣା ପରେ ଚିନ୍ତା ଆହୁରି ବଢିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ୟୁନିଭରସିଟି ଭିତରେ ଏକ ପୋଲିସ ଫାଣ୍ଡି କରାଯାଉ । ଏନେଇ ଅନେକବାର ଆନ୍ଦୋଳନ ସହ ଏସପି ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛୁ । ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ । " ଅନ୍ୟପଟେ ୟୁନିଭରସିଟିର ଭାଇସଚ୍ୟାନ୍ସେଲର ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି । ୟୁନିଭରସିଟିର ଚତୁଃପାର୍ଶ୍ବ ଖୋଲା ରହିଥିବା ଯୋଗୁଁ ସୁରକ୍ଷା ଯୋଗାଇ ଦିଆଯାଇ ପାରୁନାହିଁ । ପୋଲିସ ପାଟ୍ରୋଲିଂ ବଢାଇଲେ ଏହାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

ସେପଟେ ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନିଜେ ବଲାଙ୍ଗୀର ଏସପି ନିତିନ କୁସଲକର, ବଲାଙ୍ଗୀର ଏସଡ଼ିପି ଓ ତୁଫାନ ବାଗ, ଟାଉନ ଥାନା ଅଧିକାରୀ ୟୁନିଭରିସିଟି କ୍ୟାମ୍ପସକୁ ଯାଇ ୟୁନିଭରସିଟି କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.