ETV Bharat / state

ରାତି ଅଧରେ ଯୁବକଙ୍କ ଆତଙ୍କରାଜ, ପୁଅକୁ ନ ପାଇ ବାପାକୁ ଅପହରଣ

author img

By

Published : Nov 10, 2021, 1:00 PM IST

ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦଳେ ଯୁବକ । ୧୫ରୁ ୨୦ ଜଣ ଯୁବକ ଜଣଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମାରପିଟ କରିଥିବା ଅଭିଯୋଗ ହୋଇଛି । ପୁଅକୁ ନ ପାଇବାରୁ ବାପାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ରାତି ଅଧରେ ଯୁବକଙ୍କ ଆତଙ୍କରାଜ
ରାତି ଅଧରେ ଯୁବକଙ୍କ ଆତଙ୍କରାଜ

ବଲାଙ୍ଗୀର: ସହରରେ ଯୁବକଙ୍କ ଆତଙ୍କରାଜ । ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଦଳେ ଯୁବକ । ୧୫ରୁ ୨୦ ଜଣ ଯୁବକ ଜଣଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମାରପିଟ କରିଥିବା ଅଭିଯୋଗ ହୋଇଛି । ପୁଅକୁ ନ ପାଇବାରୁ ବାପାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଗୋପବନ୍ଧୁନଗର ପଡ଼ାରେ।

ରାତି ଅଧରେ ଯୁବକଙ୍କ ଆତଙ୍କରାଜ

ସୂଚନାଅନୁସାରେ, ଗତ କିଛି ଦିନ ତଳେ କୌଣସି କାରଣରୁ ଗୋପବନ୍ଧୁନଗରର ବିମଳ ବେହେରାଙ୍କର ସାଙ୍ଗମାନଙ୍କ ସହ ଝଗଡା ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଠାତ ସହରର ଅନ୍ୟପଡାର ୧୫ ରୁ ୨୦ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ବିମଳଙ୍କ ଘରେ ପହଞ୍ଚିଥିଲେ । ବିମଳ ଘରେ ନଥିବାରୁ ତାଙ୍କ ବାଇକ୍, ସ୍କୁଟି ଭାଙ୍ଗିବା ସହ ଘରର ଅନ୍ୟ ଜିନିଷ ପତ୍ର ଭାଙ୍ଗି ଆତଙ୍କ ସୃଷ୍ଟି କରିଥିଲେ । ବ୍ୟାପକ ଭଙ୍ଗାରୁଜା କରିବା ସହିତ ବିମଳଙ୍କ ବାପା ଶିବପ୍ରସାଦ ବେହେରାଙ୍କୁ ଅପହରଣ କରି ନେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲା । ଶିବପ୍ରସାଦ ବେହେରାଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅପହରଣ କରିଥିବା ଯୁବକମାନେ ବିଭୂତିପଡା ଓ କଦମ୍ବପଡାର ବୋଲି ଜଣାପଡିଛି । ରାତି ଅଧରେ ବିମଳଙ୍କ ବାପାଙ୍କୁ ଆରଟିଓ ଛକରେ ଛାଡି ଦୁର୍ବୃତ୍ତ ଫେରାର ମାରିଥିଲେ। ଯୁବକଙ୍କ ଏଭଳି ଆତଙ୍କରାଜ ଘଟଣାକୁ ନେଇ ଗୋପବନ୍ଧୁନଗର ପଡାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବଲାଙ୍ଗୀରରୁ ସେଖ୍ ଜୁସମାନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.