ବାଲାଙ୍ଗୀର: ଗଛତଳେ ପ୍ରବାସୀ ଶ୍ରମିକ ମିଳୁନାହିଁ କ୍ବାରେଣ୍ଟାଇନ ସୁବିଧା । ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କ ସୁବିଧା ପାଇଁ ସବୁ ସୁବିଧା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ବଲାଙ୍ଗୀର ଜିଲ୍ଲା ଖଲିଆ ପାଲି ଗ୍ରାମରୁ ମହାମାରୀ କୋରୋନା ପାଇଁ ଜଣେ ପ୍ରବାସୀ ଶ୍ରମିକ ଗଛ ତଳେ ବାସ କରୁଛନ୍ତି । ଏହି ଗ୍ରାମର ବଳରାମ ନାଗ ଚେନ୍ନାଇ କାମ କରିବାକୁ ଯାଇଥିବା ବେଳେ କୋରୋନା ପାଇଁ କାମ ହରାଇ ବାଧ୍ୟ ହୋଇ କୌଣସି ମତେ ଭୁବନେଶ୍ବର ଫେରିଥିଲେ । ସେଠାରେ ତାଙ୍କ ସବୁ ସାମାନ୍ ଚୋରି ହୋଇଯିବା ପରେ ସେଠିକାର ପ୍ରଶାସନ ସାହାଯ୍ୟରେ ବଲାଙ୍ଗୀର ନିଜ ଗାଁ କୁ ଫେରିଥିଲେ । ହେଲେ ଏଠାରେ ତାଙ୍କ ଗାଁ ଲୋକେ ଗାଁକୁ ପୂରାଇ ନଦେବାରୁ ତାଙ୍କ ଗାଁ ନିକଟସ୍ଥ ବି ଫଟକରା ଗ୍ରାମର ସଂଗରୋଧ କେନ୍ଦ୍ରକୁ ଯାଇଥିଲେ । ସେଠି ତାଲା ଝୁଲୁଥିବା ବେଳେ ସେ ସରପଞ୍ଚ ଓ ପିଇଓ ଙ୍କୁ ଯୋଗାଯୋଗ କରି ଅସଫଳ ହୋଇଥିଲେ । ଏହାପରେ ସେ ନିକଟସ୍ଥ ଆଉ ଏକ ସଂଗରୋଧ କେନ୍ଦ୍ର କୁ ଯାଇଥିବା ବେଳେ ସେଠୁ ତଡା ଖାଇ ପୁଣି ଗାଁକୁ ଫେରି ଆସିଥିଲେ । ଶେଷରେ ବାଧ୍ୟହୋଇ ତିନି ଦିନ ହେବ ଗାଁ ମୁଣ୍ଡରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇ ଭୋକ ଉପାସରେ ରହୁଛନ୍ତି।
ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ଫେରାଇବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ଏମାନଙ୍କୁ ପାଖରେ ଅପହଞ୍ଚ । ସେପଟେ କିଛି ସ୍ବେଚ୍ଛସେବୀ ସାହାଯ୍ୟର ହାତ ବଢ଼ାଇ ତାଙ୍କୁ ଖାଇବାକୁ ଦେଇଛନ୍ତି । ଏବଂ ତାଙ୍କୁ ଶୀଘ୍ର ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି କରିଛନ୍ତି ।
ବାଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ