ETV Bharat / state

ସାଇକେଲରେ ମୁମ୍ବାଇରୁ ବଲାଙ୍ଗୀର ଆସୁଛନ୍ତି ପ୍ରବାସୀ, ଟ୍ରେନ ଯୋଗାଇବାକୁ କଳିକେଶଙ୍କ ଅନୁରୋଧ - Mumbai on bicycles

ଗାଁ ମାଟିକୁ ଫେରିବା ପାଇଁ ବଲାଙ୍ଗୀରର କିଛି ଶ୍ରମିକ ସାଇକେଲରେ ସୁଦୂର ମୁମ୍ବାଇରୁ ବାହାରିଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । ଏହି ଭିଡିଓକୁ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଟ୍ବିଟ୍‌ କରି ସରକାରଙ୍କ ସାହାଯ୍ୟ ମାଗିଛନ୍ତି । ସେମାନଙ୍କୁ ଟ୍ରେନ ଯୋଗେ ଆଣିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି ।

migrant labour
ସାଇକେଲରେ ମୁମ୍ବାଇରୁ ବଲାଙ୍ଗୀର ଆସୁଛନ୍ତି ପ୍ରବାସୀ, ଟ୍ରେନ ଯୋଗାଇବାକୁ କଳିକେଶଙ୍କ ଅନୁରୋଧ
author img

By

Published : May 10, 2020, 1:08 PM IST

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ବାହାର ରାଜ୍ୟରୁ ପ୍ରବାସୀ ମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କେହି ବସ୍‌ରେ ଆସୁଥିବାବେଳେ କେହି ଟ୍ରେନରେ ଆସୁଛନ୍ତି । ହେଲେ ଏସବୁ ଭିତରେ ଅନେକ ପ୍ରବାସୀ ଶ୍ରମିକ ଚାଲିଚାଲି ତଥା ସାଇକେଲରେ ଆସୁଥିବା ନଜରକୁ ଆସୁଛି । ଏପରିକି ଦୁଇ ଦିନ ତଳେ ମହାରାଷ୍ଟ୍ରରୁ କିଛି ଶ୍ରମିକ ଚାଲିଚାଲି ମଧ୍ୟପ୍ରଦେଶ ଆସୁଥିବାବେଳେ ଟ୍ରେନ ଦୁର୍ଘଟଣାରେ 16 ଜଣଙ୍କ ଜୀବନ ଯାଇଥିଲା । ଯାହା ସରକାର ତଥା ଏପରି ଆସୁଥିବା ଶ୍ରମିକମାନଙ୍କ ପାଇଁ ଏକ ଚେତାବନୀ ଥିଲା ।

ସାଇକେଲରେ ମୁମ୍ବାଇରୁ ବଲାଙ୍ଗୀର ଆସୁଛନ୍ତି ପ୍ରବାସୀ, ଟ୍ରେନ ଯୋଗାଇବାକୁ କଳିକେଶଙ୍କ ଅନୁରୋଧ

ହେଲେ ଘଟଣା ପରେ ବି ନା ଚେତୁଛନ୍ତି ଜନତା ନା ସରକାର । ଭୋକର ଭୂଗୋଳରୁ ମୁକ୍ତି ପାଇବା ପାଇଁ ନିଜ ରାଜ୍ୟକୁ ଯେନତେନ ପ୍ରକାରେ ଆସିବାକୁ ବାହାରି ପଡୁଛନ୍ତି । ତେବେ ଏସବୁ ଭିତରେ ଓଡିଶା ସରକାର ପ୍ରବାସୀ ମାନଙ୍କ ଆସିବା ପାଇଁ ଅନଲାଇନ ପଞ୍ଜୀକରଣ କରିବା ସହ ସେମାନଙ୍କୁ ଆଣଇବା ପାଇଁ ନାନା ପ୍ରକାର ବ୍ୟବସ୍ଥା କରୁଛନ୍ତି । ହେଲେ ଏତେ ଦିନ ହେବ ବିନା କାମରେ ପରରାଜ୍ୟରେ ଭୋକଉପାସରେ ପଡିଥିବା ଶ୍ରମିକ ମାନଙ୍କ ପାଖରେ ଆଉ ଧୈର୍ଯ୍ୟ ନାହିଁ । ଏ ବିପଦ ସମୟରେ ଗାଁ ମାଟିକୁ ଫେରିବା ପାଇଁ ବଲାଙ୍ଗୀରର କିଛି ଶ୍ରମିକ ସାଇକେଲରେ ସୁଦୂର ମୁମ୍ବାଇରୁ ବାହାରିଥିବାର ଏକ ଭିଡିଓ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଟ୍ବିଟ୍‌ କରି ସରକାରଙ୍କ ସାହାଯ୍ୟ ମାଗିଛନ୍ତି । ସେମାନଙ୍କୁ ଟ୍ରେନ ଯୋଗେ ଆଣିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.