ETV Bharat / state

ମେସିନରେ ଚାଲୁଛି କାମ, ହାତ ବାନ୍ଧି ବସିରହିଛନ୍ତି ଶ୍ରମିକ

ଲୋଇସିଂହା ବ୍ଲକ ଓ ପୁଇଁନ୍ତଲା ବ୍ଲକରୁ ଏବେ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ଏମଜିଏନଆରଇଜିଏ କାମ ଚାଲିଥିବାବେଳେ ସବୁଠି ମେସିନ ଦ୍ବାରା କାମ କରାଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଶ୍ରମିକ କାମ ନ ପାଇ ହତାଶ ବସିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 24, 2021, 9:57 PM IST

ମେସିନରେ ଚାଲୁଛି କାମ, ହାତ ବାନ୍ଧି ବସିରହିଛନ୍ତି ଶ୍ରମିକ
ମେସିନରେ ଚାଲୁଛି କାମ, ହାତ ବାନ୍ଧି ବସିରହିଛନ୍ତି ଶ୍ରମିକ

ବଲାଙ୍ଗୀର: ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏବେ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ଏମଜିଏନଆରଇଜିଏ କାମ ଚାଲିଥିବାବେଳେ ସବୁଠି ମେସିନ ଦ୍ବାରା କାମ କରାଯାଉଥିବାର ଅଭିଯୋଗ ଆସୁଥିବା ବେଳେ ଶ୍ରମିକ କାମ ନ ପାଇ ହତାଶ ବସିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଓ ପୁଇଁନ୍ତଲା ବ୍ଲକରୁ ଏହିଭଳି ଅଭିଯୋଗ ଆସିଛି ।

ଲୋଇସିଂହା ବ୍ଲକର ହୀରାପୁର ପଞ୍ଚାୟତର ପାନେଶରା ଗ୍ରାମରେ 10ଟି କୃଷିଭିତ୍ତିକ ପୋଖରୀ ଖନନ ଚାଲିଛି। ସେହିପରି ସର୍ଗାଡ ଗ୍ରାମରେ ମଧ୍ୟ ଦଶରୁ ଊର୍ଦ୍ଧ୍ବ ଏହିଭଳି ପୋଖରୀ ଖନନ ଚାଲିଛି ।

ସେହିପରି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲି ଝରନ ଗ୍ରାମ ଓ ବଡ଼ ବୁକା ବାହାଲ୍ ଗ୍ରାମରେ ସମାନ ପୋଖରୀ ସବୁ ଖୋଲା ଚାଲିଛି । ତେବେ ଏହି ସବୁ କୃଷି ଭିତ୍ତିକ ପୋଖରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ ଆସୁଥିବାବେଳେ ସବୁ କାମକୁ ବିନା ଶ୍ରମିକରେ ମେସିନ ଦ୍ଵାରା କରାଯାଉଥିବାର ଅଭିଯୋଗ ଆସିଛି ।

ଅନ୍ୟପଟେ ଲକଡାଉନର ଘଡିସନ୍ଧି ମୁହୂର୍ତ୍ତରେ ଶ୍ରମିକ କାମ ନ ପାଇ ହତାଶ ହୋଇଛନ୍ତି । ସେହିଭଳି ଏହିପରି ଯୋଜନାରେ ବିଭାଗୀୟ ଅବହେଳା ଓ ନୀରବ ଦ୍ରଷ୍ଟା ସାଜିବା ଯୋଗୁଁ ଦାଦନ ସମସ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି। ଏବଂ କେନ୍ଦ୍ରୀୟ ଲୋକାଭୀମୁଖି ଯୋଜନାରେ ଦୁର୍ନୀତି ବିରୋଧରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି କହିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.