ETV Bharat / state

ବିକଶିତ ହେବ ବଲାଙ୍ଗୀରର ଶକ୍ତିପୀଠ ମା’ ସମଲେଶ୍ବରୀ ମନ୍ଦିର

author img

By

Published : Mar 4, 2021, 7:58 AM IST

ସମ୍ବଲପୁର ପରେ ବଲାଙ୍ଗୀରରେ ରହିଥିବା ମା' ସମଲେଶ୍ବରୀଙ୍କ ଶକ୍ତିପୀଠକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିକଶିତ ହେବ ବଲାଙ୍ଗୀରର ଶକ୍ତିପୀଠ ମା’ ସମଲେଶ୍ବରୀ ମନ୍ଦିର
ବିକଶିତ ହେବ ବଲାଙ୍ଗୀରର ଶକ୍ତିପୀଠ ମା’ ସମଲେଶ୍ବରୀ ମନ୍ଦିର

ଭୁବନେଶ୍ବର: ବଲାଙ୍ଗୀରରେ ଥିବା ଶକ୍ତିପୀଠ ମା’ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିଲାଗି ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉଛି ବୋଲି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀରର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ବିଭିନ୍ନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ୱାଟରକୁଲର ଓ ପ୍ୟୁରିଫାୟର ମେସିନକୁ ଲୋକାର୍ପଣ କରିଛନ୍ତି ଶ୍ରୀମୟୀ । ସ୍ଥାନୀୟ ଜନସାଧାରଣଙ୍କ ଅନୁରୋଧରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।

ଓଟିଡିସି ଅଧ୍ୟକ୍ଷା ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିରରେ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରଶାସନିକସ୍ତରରେ ଆବଶ୍ୟକ ସହଯୋଗ ଯୋଗାଇବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବିଶିଷ୍ଟ ଲୋକମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.