ETV Bharat / state

ମାଓବାଦୀଙ୍କ ବର୍ବରତା: ପୋଲିସ୍ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

author img

By

Published : Apr 29, 2019, 2:53 PM IST

ପୋଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ଗାଁ ମଝିରେ ଗୁଳିକରି ହତ୍ୟା କରାଯିବା ସହ ପୋଷ୍ଟର ଜାରି କରିଛନ୍ତି ମାଓବାଦୀ । ମୃତକ ଜଣକ ହେଲେ ଖୁରେପାଣି ଗାଁର ତ୍ରିଲୋଚନ ତରିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ଦୀର୍ଘଦିନର ନିରବତା ପରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ଗାଁ ମଝିରେ ଗୁଳିକରି ହତ୍ୟା କରାଯିବା ସହ ପୋଷ୍ଟର ଜାରି କରିଛନ୍ତି ମାଓବାଦୀ । ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖୁରେପାଣି ଗ୍ରାମରେ ମାଓବାଦୀ ଭିଆଇଛନ୍ତି ଏଭଳି ଜଘଣ୍ୟ ହତ୍ୟାକାଣ୍ଡ। । ମୃତକ ଜଣକ ହେଲେ ଖୁରେପାଣି ଗାଁର ତ୍ରିଲୋଚନ ତରିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ 20ରୁ ଊର୍ଦ୍ଧ୍ବ ମାଓବାଦୀ ଗାଁକୁ ଆସି ତ୍ରିଲୋଚନ ତରିଆଙ୍କୁ ଘରୁ ଉଠାଇ ନେଇଥିଲେ । ଆଉ ଗାଁ ମଝିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ସେ ପୋଲିସ ଇନଫର୍ମର ସାଜି ମାଓବାଦୀଙ୍କ ବାବଦରେ ସବୁ ତଥ୍ୟ ପୋଲିସକୁ ଦେଉଥିବାରୁ, ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାସହ ଏଭଳି ଘଟଣା ପୁନଃର୍ବାର ଘଟିଲେ ଏଭଳି ପରିଣାମ ହେବ ବୋଲି ଧମକ ଦେଇଛନ୍ତି ।

ଏହି ଘଟଣା ପରେ ଗାଁ ଏବେ ଜନଶୂନ୍ୟ ହେବା ସହ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ପୋଲିସ ବିଳମ୍ବରେ ଘଟଣାସ୍ଥଳକୁ ପହଞ୍ଚିଥିଲା । ଏହାପରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ପୋଲିସର କୁମ୍ବିଂ ମଧ୍ୟ ଜୋରଦାର କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.