ETV Bharat / state

ନିର୍ବାଚନ ବର୍ଜନ ପାଇଁ ବଲାଙ୍ଗୀରରେ ଲାଗିଲା ମାଓ ପୋଷ୍ଟର - ବଲାଙ୍ଗୀରରେ ମାଓ ପୋଷ୍ଟର

ଲାଲଗଡ଼ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓବାଦୀ ସଂଗଠନ ପୋଷ୍ଟର ଲଗାଇଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଧିକ ପଢ଼ନ୍ତୁ

mao posters to boycott panchayat election in balangir
ନିର୍ବାଚନ ବର୍ଜନ ପାଇଁ ମାଓ ପୋଷ୍ଟର
author img

By

Published : Jan 18, 2022, 1:38 PM IST

Updated : Jan 18, 2022, 3:32 PM IST

ବଲାଙ୍ଗୀର: ଲାଲଗଡ଼ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ମାଓବାଦୀ ସଂଗଠନ ତରଫରୁ ପୋଷ୍ଟର ଲଗାଯାଇଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ନିର୍ବାଚନ ବର୍ଜନ ପାଇଁ ବଲାଙ୍ଗୀରରେ ଲାଗିଲା ମାଓ ପୋଷ୍ଟର

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମର ସିଂ ନିକଟରେ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବିରୋଧ କରିଛି ମାଓବାଦୀ ସଂଗଠନ। ଏହି ପୋଷ୍ଟରେ ଫେବୃଆରୀ ମାସରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବା ପାଇଁ କୁହାଯାଇଛି। ଦୁର୍ନୀତି ଗ୍ରସ୍ତ ସରକାର ଓ ଦୁର୍ନୀତି ଗ୍ରସ୍ତ ନିର୍ବାଚନକୁ ବର୍ଜନ କରନ୍ତୁ l ଏବଂ ଗାଁ ଗାଁରେ ଜନତା ସରକାର କରନ୍ତୁ ଓ ନେତା ମାନଙ୍କ ପର୍ଦାଫlସ କରନ୍ତୁ ବୋଲି କୁହାଯାଇଛି l

ଗାଁର ଉନ୍ନତି ପାଇଁ ନିଜେ ପ୍ରୟାସ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ହୋଇଛି। ନିଜର ଆନ୍ଦୋଳନ ନିଜେ ଲଢନ୍ତୁ କିନ୍ତୁ ପଞ୍ଚlୟତ ନିର୍ବାଚନ ଭୋଟକୁ ବର୍ଜନ କରନ୍ତୁ ବୋଲି ମାଓ ସଂଗଠନ ଲେଖିଛନ୍ତି l ସେପଟେ ଏହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି। ଏବଂ ଉକ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jan 18, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.