ETV Bharat / state

ରାତି ପାହିଲେ ନିର୍ବାଚନ, ଦାଦନ ରାଇଜରେ ଭୋଟ୍ ଦେବ କିଏ ?

author img

By

Published : Feb 15, 2022, 6:03 PM IST

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଫାଇଟ୍ । ନିର୍ବାଚନ ପାଇଁ ବୁଥ୍ ଏବଂ ପୋଲିଂ ପାର୍ଟି ପ୍ରସ୍ତୁତ ଥିବାବେଳେ ବଲାଙ୍ଗୀର ଦାଦନ ପ୍ରବଣ ଅଞ୍ଚଳ ନାହାନ୍ତି ଭୋଟର । ପେଟପାଟଣା ପାଇଁ ବାହାରେ ଦାଦନ ଖଟୁଛନ୍ତି ଶହ ଶହ ଲୋକେ । ତେଣୁ ଏହି ଏହି ଦାଦନ ରାଇଜର କିଏ ଦେବ ଭୋଟ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ରାତି ପାହିଲେ ନିର୍ବାଚନ, ଦାଦନ ରାଇଜରେ ଭୋଟ୍ ଦେବ କିଏ ?
ରାତି ପାହିଲେ ନିର୍ବାଚନ, ଦାଦନ ରାଇଜରେ ଭୋଟ୍ ଦେବ କିଏ ?

ବଲାଙ୍ଗୀର: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ୍ ରହିଛି ରାଜନୈତିକ ପାଣିପାଗ । ଗାଁଠୁ ସହର ସବୁଠି ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । ସକାଳେ ଭୋଟ୍ ପଡିବାକୁ ଥିବାବେଳେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ବିଭିନ୍ନ ବୁଥ୍‌ରେ ପୋଲିଂ ପାର୍ଟି ଡେରା ପକାଇବା ଆରମ୍ଭ କରିଛନ୍ତି । ନିର୍ବାଚନକୁ ନେଇ ଗାଁ ଗଣ୍ଡା ଚଳଚଞ୍ଚଳ ଥିବାବେଳେ ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠି ଗାଁ ଅଛି, ପ୍ରାର୍ଥୀ ବି ଅଛନ୍ତି ହେଲେ ପ୍ରତିନିଧି ବାଛିବା ପାଇଁ ଭୋଟର ନାହାଁନ୍ତି । ଅର୍ଥାତ୍ ଦାଦନ ପ୍ରବଣ ଗାଁମାନଙ୍କର ଅଧିକାଂଶ ଲୋକ ପେଟପାଟଣା ପାଇଁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଅନେକ ଗାଁରେ ଘରେ ଘରେ କେବଳ ବୃଦ୍ଧାମାନେ ଏକାକୀ ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଦେଶ ବିଦେଶରେ ଦାଦନ ଖଟୁଥିବାର ଦେଖାଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ବହୁସଂଖ୍ୟକ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ମରୁଡି ପ୍ରବଣ ଏହି ଜିଲ୍ଲାରେ ଜଳସେଚନର ଅଭାବ ଏବଂ କଳ କାରଖାନା ନଥିବା ଯୋଗୁଁ ଏଠିକାର ଲୋକ କାମଧନ୍ଦା ପାଇଁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥାନ୍ତି । ସରକାରୀ ତଥ୍ୟ ଅନୁସାରେ ବର୍ଷକୁ 2 ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ହେଲେ ଏହି ତଥ୍ୟ ଏହାଠାରୁ କେଇ ଗୁଣ ଅଧିକ ଅଟେ । ତେବେ ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ ଅମଳ ପରେ ନୂଆଖାଇ ସାରି ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ବଲାଙ୍ଗୀରର ସହରାଞ୍ଚଳ ଛାଡ଼ି ସମସ୍ତ 14 ଟି ବ୍ଲକର ଲୋକେ ଦାଦନ ଖଟିବାକୁ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ।

ବଲାଙ୍ଗୀର ଜିଲ୍ଲାର ମୁରିବହାଲ, ବଙ୍ଗୋମୁଣ୍ଡା,ଟିଟିଲାଗଡ, କଣ୍ଟାବାଞ୍ଜି, ତୁରେକେଲା, ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲ, ଗୁଡଭେଲା, ଦେଓଗାଁ, ଲୋଇସିଂହା ବ୍ଲକ ବିଶେଷ କରି ଦାଦନ ପ୍ରପୀଡ଼ିତ ଅଞ୍ଚଳ ବୋଲି ଜଣାଯାଏ । ଏହି ବ୍ଲକର ଅଧିକାଂଶ ଜନସଂଖ୍ୟା ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଏଭଳି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କେବଳ ମାତ୍ର ଔପଚାରିକ ଭାବରେ ହୋଇଥାଏ । ଏଥର ମଧ୍ୟ ଏଠି ନେତା ଗାଁକୁ ଗାଁ ବୁଲୁଛନ୍ତି । ନିର୍ବାଚନୀ ପ୍ରଚାର ମଧ୍ୟ ଚାଲିଛି । ହେଲେ ମତଦାନ କେତେ ହେଉଛି ତାହା ଭୋଟ ଗ୍ରହଣ ଦିନ ଜଣାପଡ଼ିବ ।

ଗରୀବଙ୍କ କଲ୍ୟାଣ ପାଇଁ ମାଳ ମାଳ ଯୋଜନା କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ବଲାଙ୍ଗୀରରରେ ସରୁନି ଦାଦନ ଦୁଃଖ । ବିକାଶର ଗାଡି ଯେପରି ଅଟକି ଯାଇଛି ଜିଲ୍ଲାର ଏହି ଦାଦନ ପ୍ରବଣ ଅଞ୍ଚଳରେ । ନେତା ଓ ସାମାଜିକ କର୍ମୀ ତାଙ୍କ ନିଜର ଚେଷ୍ଟାରେ ଏଠିକାର ବିକାଶ ଦିଗରେ କାମ କରୁଥିଲେ ସୁଦ୍ଧା ଏଯାଏଁ ଆଶା ଅନୁରୂପ ଫଳ ମିଳି ପାରୁନାହିଁ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.