ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ନିକ୍‌ ଭ୍ୟାନ, 15ରୁ ଉର୍ଦ୍ଧ୍ବ ଗୁରୁତର - ଟିଟିଲାଗଡରେ ଗାଡି ଦୁର୍ଘଟଣା

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକନିକ ଭ୍ୟାନ । ଏହି ଦୁର୍ଘଟଣାରେ 15ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ବେଳେ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ
ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ
author img

By ETV Bharat Odisha Team

Published : Dec 5, 2023, 10:12 AM IST

Updated : Dec 5, 2023, 1:16 PM IST

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ନିକ୍‌ ଭ୍ୟାନ,

ବଲାଙ୍ଗୀର: ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକନିକ ଭ୍ୟାନ । ଏହି ଦୁର୍ଘଟଣାରେ 15ରୁ ଉର୍ଦ୍ଧ୍ବ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ସମସ୍ତ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ପରିବହନ ବିଭାଗ କରୁଛି ସଚେତନ

ପିକନିକ କରିବାକୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି(ମଙ୍ଗଳବାର)ଭୋର ସମୟରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅନ୍ତର୍ଗତ ହଳଦୀ ଗ୍ରାମରୁ କିଛି ପରିବାର ବଣଭୋଜି କରିବା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଗୁରୁଜୀ ମୁଣ୍ଡାକୁ ଯାଉଥିଲେ । ଏହି ସମୟରେ ଟିଟିଲାଗଡ଼ କତର କେଳା ରେଳ ଫାଟକ ନିକଟରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଭ୍ୟାନଟି ରାସ୍ତାକଡ଼କୁ ଓଲଟି ପଡ଼ିଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ଶୂନ୍ୟ ମୃତ୍ୟୁ ସପ୍ତାହକୁ ଚ୍ୟାଲେଞ୍ଜ ଦେଉଛି ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା କାର, ଜଣଙ୍କ ମୃତ୍ୟୁ

ତେବେ ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା 15ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟଲୋକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ସଙ୍କଟାପନ୍ନ ଥିବା 10 ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି । ତେବେ ଗୁରୁତରଙ୍କ ମଧ୍ୟରେ 4 ଜଣ ଶିଶୁ ଓ 6 ଜଣ ମହିଳା ଥିବାର ଜଣା ପଡ଼ିଛି ।

ଏହାମଧ୍ୟ ପଢନ୍ତୁ.. ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୭ ଦିନରେ ରାସ୍ତାରେ ଗଡିଲାଣି ୪ ମୁଣ୍ଡ

ଅନ୍ୟପଟେ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ଛୋଟ ରାସ୍ତା ଥିବା ଯୋଗୁଁ ଗାଡ଼ିଟି ଓଲଟି ପଡ଼ିଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ । ତେବେ ଡିସେମ୍ବର 1ରୁ 7 ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତାହତ ସପ୍ତାହ ପାଳନ ହେଉଥିବା ବେଳେ ବଲାଙ୍ଗୀରରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 5, 2023, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.