ETV Bharat / state

ବଲାଙ୍ଗୀରରେ ଆମ୍ବ ମହୋତ୍ସବ: ଉଠିଲା ଚାଷୀଙ୍କ ବଜାର ସମସ୍ୟା ପ୍ରସଙ୍ଗ

ଆଜି ଠାରୁ ବଲାଙ୍ଗୀରରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ପ୍ରଥମଥର ପାଇଁ ଜିଲ୍ଲାରେ ଏଭଳି ଆମ୍ବ ମହୋତ୍ସବ ଆରମ୍ଭ ହୋଇଛି । ଅନ୍ୟପଟେ ଚାଷୀଙ୍କ ପାଇଁ ଆମ୍ବ ବଜାର ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

author img

By

Published : Jun 7, 2019, 9:18 PM IST

ଫଟୋ ସୌଜନ୍ୟ: ସମ୍ବାଦାତା, ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ । ସ୍ଥାନୀୟ କୋଷଳ କଳାମଣ୍ଡଳ ଠାରେ ଓରମାସ ପକ୍ଷରୁ ଆୟୋଜିତ ହେଉଛି ଆମ୍ବ ମହୋତ୍ସବ । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ନିଜ ଆମ୍ବ ଆଣି ବିକ୍ରି କରିବାର ସୁଯୋଗ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦାତା, ବଲାଙ୍ଗୀର

ବଲାଙ୍ଗୀର ସମେତ ଟିଟିଲାଗଡ, ପାଟଣାଗଡ ଓ କଣ୍ଟାବାଞ୍ଜିର ଆମ୍ବଚାଷୀ ଏହି ମହୋତ୍ସବରେ ନିଜକୁ ସାମିଲ କରିବା ସହ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି କରୁଛନ୍ତି । ତେବେ ଜିଲ୍ଲାରେ ବର୍ଷକୁ ହଜାରେ ମେଟ୍ରିକ ଟନ୍ ଆମ୍ବ ଚାଷ ହୋଇଥାଏ । କିନ୍ତୁ ବିଡମ୍ବନାର ବିଷୟ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଥିବାରୁ ବାଧ୍ୟ ହୋଇ ଚାଷୀ ଶାଗ ମାଛ ଦରରେ ଆମ୍ବ ବିକ୍ରି କରୁଛନ୍ତି ।

ମାତ୍ର କାଁ କାଁ ଚାଷୀ ମହୋତ୍ସବରେ ଆମ୍ବ ବିକ୍ରି କରିବାର ସୁଯୋଗ ପାଉଥିବା ବେଳେ ଅନ୍ୟ ସମୟରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଚିନ୍ତା ପ୍ରକଟ କରିଛି ପ୍ରଶାସନ । ଚାଷୀମାନେ କିପରି ଆମ୍ବ ବିକ୍ରି କରିପାରିବେ ବୋଲି ସର୍ବଦା ଜିଲ୍ଲା ପ୍ରଶାସନ ଚେଷ୍ଠିତ ଅଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିପରି ସମାନ ଭାବରେ ଏହି ପ୍ରସଙ୍ଗ ଉପରେ ବଲାଙ୍ଗୀର ବିଧାୟକ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଆଗକୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଚାଷୀଙ୍କ ପାଇଁ ବଜାର ସୃଷ୍ଟି କରିବା ସହ ରାଜ୍ୟ ଓ ରାଜ୍ୟ ବାହାରକୁ ରପ୍ତାନି କେମିତି କରି ହେବ ? ଚାଷୀଙ୍କ ଆର୍ଥିକ ଅବସ୍ଥା କିପରି ସୁଦୃଢ ହେବ ? ତା ଉପରେ ପଦକ୍ଷେପ ନେବେ ବୋଲି ବିଧାୟକ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.