ETV Bharat / state

ଦାଦନ ଶ୍ରମିକ ଯୋଗାଇ ନପାରିବାରୁ ଅପହରଣ, ମହିଳାଙ୍କ ସମେତ 3 ଗିରଫ

ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅପହରଣ । ଥାନାରେ ଅଭିଯୋଗ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 23, 2023, 9:24 AM IST

man kidnapped for migrant labour
man kidnapped for migrant labour
man kidnapped for migrant labour

ବଲାଙ୍ଗୀର: ଟଙ୍କା ନେଇ ଦାଦନ ଶ୍ରମିକ ଯୋଗାଇ ପାରିଲେନି । ଶେଷରେ ବ୍ୟକ୍ତିଙ୍କୁ ଅପହରଣ କରିନେଲେ ଦାଦନ ସର୍ଦ୍ଦାର । ଟଙ୍କା ଦିଅ ନହେଲେ ବ୍ୟକ୍ତି ଜଣଙ୍କୁ ଜୀବନରୁ ମାରିଦେବାକୁ ପରିବାର ଲୋକଙ୍କୁ ଧମକ ଦେଲେ ଅପହରଣକାରୀ । ଟଙ୍କା ପାଇଁ ପୁଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜଣେ ମହିଳାଙ୍କ ସେମେତ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀରରେ । ଅପହରଣ ହୋଇଥିବା ବ୍ୟକ୍ତି ହେଉଛନ୍ତି ପାଟଣାଗଡ଼ ଥାନା ଝିଲେନ୍ ବର୍ ଗ୍ରାମର ବେଲାର ରଣା । ଅପହରଣର ମୁଖ୍ୟ ଅଭିଯୁକ୍ତ ହେଉଛି ତୁଳସୀ ରଣା।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ଅପହରଣ ସହ ମୁଣ୍ତ ଜାମିନ ରଖି ଟଙ୍କା ଦାବି, ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ମଙ୍ଗଳବାର ଯୁବକଙ୍କୁ ଅପହରଣ କରାଯାଇଥିବାର ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । 2ଲକ୍ଷ 60 ହଜାର ଟଙ୍କା ଦେଲେ ପୁଅକୁ ଅପହରଣକାରୀ ଛାଡ଼ିବେ ନହେଲେ ହତ୍ୟା କରିବେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ବଲାଙ୍ଗୀର ଲାଠର ଗ୍ରାମରୁ ସଂପୃକ୍ତ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା । ଅପହରଣର କାହାଣୀ ରଚିଥିବା ତୁଳସୀ ରଣାଙ୍କ ସମେତ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏନେଇ ପାଟଣାଗଡ଼ ଏସ୍‌ଡିପିଓ କହିଛନ୍ତି ଯେ, ଝିଲେନ୍ ବର୍ ଗ୍ରାମର ବେଲାର ରଣାଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଥିବାର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଏକ ଟିମ୍ ଗଠନ କରି ସଂପୃକ୍ତ ଅପହୃତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । ଏଥିରେ ଜଣେ ମହିଳା ଦାଦନ ସର୍ଦ୍ଦାରଙ୍କୁ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ତଦନ୍ତ ପରେ ଏହି ଅପହରଣ ଦାଦନ କାରବାର ପାଇଁ ହୋଇଥିବା ଜଣାପଡିଥିଲା। ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର ମହିଳା ତୁଳସୀ ରଣା ଦାଦନ ଶ୍ରମିକ ଆଣିବା ପାଇଁ ବେଲାର ରଣା ଙ୍କୁ ଅଗ୍ରୀମ ଟଙ୍କା ଦେଇଥିଲେ । ହେଲେ ଧାର୍ଯ୍ୟ ସମୟରେ ସେ ଦାଦନ ଶ୍ରମିକ ଯୋଗାଇ ନପାରିବାରୁ ତାଙ୍କୁ ଅପହରଣ କରା ଯାଇଥିଲା । ଏହି ମାମଲାରେ ପାଟଣାଗଡ଼ ଥାନାରେ କେସ ନମ୍ବର 296ରେ ମାମଲା ରୁଜୁ ହୋଇଥିଲା । ଦଫା 363, 364 ଓ 34 ଆଇପିସିରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.