ETV Bharat / state

Fake Certificateରେ ଚାକିରି ଅଭିଯୋଗ: କାର୍ଯ୍ୟାନିଷ୍ଠାନ ଦାବି - ଜାଲ୍‌ ସାର୍ଟିଫିକେଟ ଚାକିରି

ବଲାଙ୍ଗୀର ଜିଲ୍ଲାରେ ନିକଟରେ ଓଡ଼ିଶା ଶକ୍ତି ବିଭାଗ ଦ୍ଵାରା ସ୍ଥାପିତ ବିଦ୍ୟୁତ୍ ଗ୍ରିଡରେ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ କର୍ମଚାରୀ ମଧ୍ୟ ସ୍ଵୀକାର କରିଛନ୍ତି । ଅଧିକ ପଢନ୍ତୁ

Duplicate Certificateରେ ଚାକିରି ଅଭିଯୋଗ: କାର୍ଯ୍ୟାନିଷ୍ଠାନ ଦାବି କଲେ ଗ୍ରାମବାସୀ

author img

By

Published : Dec 9, 2021, 7:38 AM IST

ବଲାଙ୍ଗୀର: ଜିଲ୍ଲାରେ ଜାଲ୍‌ ପ୍ରମାଣପତ୍ର ଦେଇ ଅଯୋଗ୍ୟ ଚାକିରି ହାତେଇଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ଏଥିରେ ବାଦ୍ ପଡିଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ କରମତୁଲା ଗ୍ରାମରେ ଜୁଲାଇ 2021ରେ 33/11 କେଭିର ଏକ ବିଦ୍ୟୁତ୍ ଗ୍ରୀଡ ସ୍ଥାପିତ ହୋଇଥିଲା । ଓଡ଼ିଶା ଶକ୍ତି ବିଭାଗ ଦ୍ଵାରା ଏହାର ସ୍ଥାପନ ହୋଇଥିବା ବେଳେ ଏଥିରେ ସାତ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା । ତେବେ ଟାଟା ପାୱାର ଅଧୀନରେ ଏହା ଥିବା ବେଳେ ସୂର୍ୟା ଇଲେକ୍ଟ୍ରିାଲ କମ୍ପାନୀ ଜରିଆରେ ଏହି ସାତ ଜଣଙ୍କ ନିଯୁକ୍ତି ହୋଇଥିଲା । ତେବେ ଏଥିରେ ଜାଲ ପ୍ରମାଣପତ୍ର ଦେଇ ଜଣେ ଅଯୋଗ୍ୟ ପ୍ରାର୍ଥୀ ଚାକିରି ହାତେଇଥିବାର ଅଭିଯୋଗ ହୋଇଛି।

Duplicate Certificateରେ ଚାକିରି ଅଭିଯୋଗ: କାର୍ଯ୍ୟାନିଷ୍ଠାନ ଦାବି କଲେ ଗ୍ରାମବାସୀ

ଏଠାରେ ଦୁଷ୍ମନ୍ତ ସାହୁ ଲାଇନ୍ ମେନ୍ ଭାବରେ କାମ କରୁଥିବା ବେଳେ ସେ ଅନ୍ୟ ଜଣକର ଆଇଟିଆଇ ପ୍ରମାଣପତ୍ର ଦେଇ ଚାକିରି କରୁଥିବାର ଜଣାପଡ଼ିଛି । ତେବେ ସେ ଦେଇଥିବା ପ୍ରମାଣପତ୍ରଟି ମୋହନ ଗିରି ନାମରେ ଥିବାବେଳେ ତାଙ୍କ ବଦଳରେ ସେ କେମିତି ଏହି ଚାକିରି ପାଇଲେ ତାହା ଅନେକରେ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଏହାକୁ ନେଇ ଗ୍ରାମବାସୀ ଓ ଆଦିବାସୀ ସଂଘ ଆନ୍ଦୋଳନ କରିବା ଶହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପଟେ ସମ୍ପୃକ୍ତ କର୍ମଚାରୀ ଜଣକ ଏହା ସ୍ବୀକାର କରିଥିବା ବେଳେ ଭୁବନେଶ୍ୱରର ଏକ ସଂସ୍ଥା ତାଙ୍କୁ ଏହି ପ୍ରମାଣପତ୍ର ଦେଇଥିବାର ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.