ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ମୃତ - ବିଦ୍ୟୁତ୍ ଆଘାତ

ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଦେଓଗାଁର ପିଣ୍ଟୁ ନନ୍ଦ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ । ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
author img

By

Published : Jun 23, 2019, 8:11 PM IST

Updated : Jun 23, 2019, 8:26 PM IST

ବଲାଙ୍ଗୀର: ରଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବଲାଙ୍ଗୀର ଦେଓଗାଁର ପିଣ୍ଟୁ ନନ୍ଦ ବୋଲି ଜଣା ପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସବୁ ଦିନ ପରି ପିଣ୍ଟୁ ରବିବାର ବଲାଙ୍ଗୀର ଆସି ସସାଲେ ପାଲି ଠାରେ ଜଣଙ୍କ ଘରେ ରଙ୍ଗ ଲଗାଉଥିଲେ । ତେବେ ଏହି ସମୟରେ ଘର ପାଖ ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଷରେ ସେ ଆସିଥିଲେ । ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବଲାଙ୍ଗୀର ଟାଉନ ପୋଲିସ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ମୃତ ଯୁବକଙ୍କ ପରିବାର ଲୋକେ ମୃତ୍ୟୁ ପାଇଁ ବିଦ୍ୟୁତ୍ ବିଭାଗକୁ ଦାୟୀ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:Body:

dfgd

Conclusion:
Last Updated : Jun 23, 2019, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.