ETV Bharat / state

ନୂଆବର୍ଷରେ ଭୋଜିକୁ ଯାଇ ଫେରିଲେନି ବ୍ୟକ୍ତି, ହତ୍ୟା ଅଭିଯୋଗ

ନୂଆବର୍ଷ ପାଇଁ ବଣଭୋଜି କରିବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି । ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Jan 2, 2023, 7:43 AM IST

dead body found
dead body found

ବଲାଙ୍ଗୀର: ନୂଆବର୍ଷରେ ଅଘଟଣ । ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିଲେନି ବ୍ୟକ୍ତି । ଜଙ୍ଗଲରେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲାପଡା ଥାନା ଅନ୍ତର୍ଗତ ତଅଁଲ ଗ୍ରାମରେ। ତେବେ ମୃତବ୍ୟକ୍ତି ଜଣକ ହେଉଛନ୍ତି ଉକ୍ତ ଗ୍ରାମର ପୁରୁଷୋତ୍ତମ ବେହେରା ବୋଲି ଜଣାପଡିଛି ।

ସୂଚନା ମୁତାବକ, ପୁରୁଷୋତ୍ତମ ବେହେରା ଘରେ ଥିବା ବେଳେ ତାଙ୍କ ପାଖକୁ କେହି ଜଣେ ଫୋନ୍ କରିଥିଲେ । ଏଥିସହ ନୂଆ ବର୍ଷ ବଣ ଭୋଜି ପାଇଁ ପାଖ ନର୍ସରୀକୁ ଡାକିଥିଲେ । ସେପଟେ ପୁରୁଷୋତ୍ତମ ଘରୁ ସେଠାକୁ ଯାଇ ଆଉ ଫେରି ନ ଥିଲେ । ଯାହା ପରେ ତାଙ୍କ ଘର ଲୋକେ ଓ ସମ୍ପର୍କୀୟ ସଂପୃକ୍ତ ସ୍ଥାନକୁ ଯାଇ ଖୋଜା ଖୋଜି କରିଥିଲେ । ସେଠି ତାଙ୍କର ମୋଟର ସାଇକେଲ ଥିବା ବେଳେ ନିକଟ ଏକ ଗର୍ତ୍ତରେ ତାଙ୍କର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ । ତେବେ ଏହାର ଅଭିଯୋଗ ବେଲପଡ଼ା ଥାନାରେ କରିବା ପରେ ପୋଲିସ୍ ଓ ସାଇନଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ପରେ ସବୁ ତଥ୍ୟ ଜଣା ପଡ଼ିବ ବୋଲି ପୋଲିସ୍ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.