ବଲାଙ୍ଗୀର: ସାମାନ୍ୟ ଅସାବଧାନତା ଯୋଗୁ କିଭଳି ବଡ କ୍ଷତି ସହିବାକୁ ପଡେ, ତାର ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଗତ ବୁଧବାର ବିଳମ୍ବିତ ରାତ୍ରିରେ ଯୁବକ ଜଣଙ୍କ ବଲାଙ୍ଗୀରରେ ଏକ ଚଳନ୍ତା ଟ୍ରେନରୁ ଓହ୍ଲାଇବା ସମୟରେ ଟ୍ରେନ ତଳକୁ ଖସି ଯାଇ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ସୋନପୁର ଜିଲ୍ଲାର ଶେଷଦେଵ ସେଠ୍ ନାମକ ଯୁବକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ଯାଇ ଇସ୍ପାତ ଟ୍ରେନ ଯୋଗେ ବଲାଙ୍ଗୀର ଫେରୁଥିଲେ । ବଲାଙ୍ଗୀର ଷ୍ଟେସନ ଆସିବା ପରେ ସେ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଅସାବଧାନତା ଯୋଗୁଁ ସେ ଟ୍ରେନ ତଳକୁ ଖସି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡ କଟିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ଖବର ପାଇ ଆର୍ପିଏଫ ଓ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ଏପଟେ ଏହି ଘଟଣା ପରେ ଟ୍ରେନଟି ଏକ ଘଣ୍ଟା ବିଳମ୍ବରେ ବଲାଙ୍ଗୀରରୁ ଛାଡିଥିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ