ETV Bharat / state

ମାନବର ଅମାନବୀୟ କାଣ୍ଡ, କଟରରେ ନାଗ ସାପର ଦାନ୍ତ କାଟିଲା ସାପ ଧରାଳି

author img

By

Published : Nov 12, 2022, 9:24 PM IST

ସାପକୁ ନିର୍ଯାତନା । ନେଲ କଟରରେ ନାଗ ସାପର ଦାନ୍ତ କାଟିଲେ ସାପ ଧରାଳି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

କଟରରେ ନାଗ ସାପର ଦାନ୍ତ କାଟିଲା ସାପ ଧରାଳି
କଟରରେ ନାଗ ସାପର ଦାନ୍ତ କାଟିଲା ସାପ ଧରାଳି

ବଲାଙ୍ଗୀର: ମାନବର ଅମାନବୀୟ କାଣ୍ଡ । ଜଣେ ସାପ ଧରାଳିର ବର୍ବରତା ସୀମା ଟପିଛିି । ନେଲ କଟରରେ ନାଗ ସାପର ଦାନ୍ତ କାଟିଛି ସାପ ଧରାଳି । ମୋବାଇଲରେ କଏଦ ହେଲା ଏହି ବର୍ବରୋଚିତ କାଣ୍ଡ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓଟି ବଲାଙ୍ଗୀର ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୋଲି ଜଣାପଡିଛି । ସାପକୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ନାମ ବୀର ବିଶ୍ୱାଳ ।

କଟରରେ ନାଗ ସାପର ଦାନ୍ତ କାଟିଲା ସାପ ଧରାଳି

''ଭାଇରାଲ ଭିଡିଓରେ ସାପ ଧରାଳି ଏକ ନାଗ ସାପକୁ ଧରିଛି । ତାର ମୁଣ୍ଡକୁ ହାତରେ ଜାବୁଡୁ ଧରି ଦାନ୍ତକୁ ଏକ ନେଲ କଟରରେ କାଟୁଥିବା ଦେଖିବାକୁ ମିଳିଛି । କିଛି ଲୋକ ସାପ ଧରାଳିକୁ ଘେରିକି ରହି ଏହାର ମଜା ଉଠାଉଛନ୍ତି । '' ଯାହା ଅତ୍ୟନ୍ତ ଘୃଣ୍ୟ କାମ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ-ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣା, ନିନ୍ଦା କଲେ ପ୍ରତାପ ଷଡ଼ଙ୍ଗୀ

ଅଧିକାଂଶ ସମୟରେ ବୀର ବିଶ୍ୱାଳ ସାପକୁ ଉଦ୍ଧାର କରିବା ପରେ ନିଶା ଖାଇ କରି ଏପରି ଷ୍ଟଣ୍ଟ ସୋ କରୁଥିବା ଜଣାପଡିଛି । ସାପକୁ ଉଦ୍ଧାର କରିବା ପରେ ଜଙ୍ଗଲ ଭିତରେ ନେଇ ଛାଡିବା କଥା, କିନ୍ତୁ ବୀର ବିଶ୍ୱାଲ ସାପକୁ ଧରିବା ପରେ ଭିଡ ଭିତରକୁ ଆଣି ଅମାନୁଷିକ ଭାବେ ସାପକୁ ନିର୍ଯାତନା ଦେଇ ଏଠି ସେଠି ଫୋପାଡି ଦେଇଥାଏ । ଯାହା ଫଳରେ ପରବର୍ତ୍ତୀ ସମୟରେ ସାପଟିର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି । ଏଥର କିନ୍ତୁ ବୀର ବିଶ୍ୱାଳର କାରନାମା ମୋବାଇଲରେ କଏଦ ହୋଇଛି ।

ଗାଁ ଭିତରେ ଏକ ଗୋଖରା ନାଗ ସାପକୁ ଧରିବା ପରେ ବୀର ଗାଁ ଭିତରକୁ ଆଣି କଟରରେ ସାପର ବିଷ ଦାନ୍ତ ଭାଙ୍ଗିଥିଲା । ଆଉ ଏହାର ଭିଡିଓକୁ କେହି ଜଣେ ଉତ୍ତୋଳନ କରି ଭାଇରାଲ କରି ଦେଇଥିଲା । ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବଲାଙ୍ଗୀର ସ୍ନେକ ହେଲ୍ପ ଲାଇନର ସଦସ୍ୟ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.