ETV Bharat / state

ମଦ ପାଇଁ ମିଳିଲାନି ଟଙ୍କା, ଆତ୍ମହତ୍ୟା କଲା ସ୍ବାମୀ !

author img

By

Published : Mar 4, 2023, 8:10 PM IST

ମଦ ପାଇଁ ଶେଷରେ ଜୀବନ ହାରିଲେ ସ୍ବାମୀ । ପତ୍ନୀ ମଦ ପାଇଁ ଟଙ୍କା ନ ଦେବାରୁ ବଲାଙ୍ଗୀର ଗାନ୍ଧୀନଗର ପଡ଼ାର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Alcohol
Alcohol
ମଦ ପାଇଁ ମିଳିଲାନି ଟଙ୍କା, ଆତ୍ମହତ୍ୟା କଲା ସ୍ବାମୀ

ବଲାଙ୍ଗୀର: ନିଶା ପାଇଁ ଜୀବନ ହାରିଲା ସ୍ବାମୀ । ପତ୍ନୀ ମଦ ପାଇଁ ଟଙ୍କା ନ ଦେବା ପରେ ଜୀବନକୁ ତୁଚ୍ଛ ମଣି ଶେଷରେ ଚରମ ନିଷ୍ପତ୍ତି ନେଲେ ଜିଲ୍ଲାର ଗାନ୍ଧୀନଗର ପଡ଼ାର ଜଣେ ବ୍ୟକ୍ତି । ମଦ ପାଇଁ ଅର୍ଥ ନ ମିଳିବାରୁ ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଆତ୍ମହତ୍ୟା ଜନିତ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।

ମୃତକଙ୍କ ନାମ ରୋହିତ ଥାପା ବୋଲି ଜଣାପଡ଼ିଛି । ସେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଗୌରୀମୁଣ୍ଡାର ମୂଳ ନିବାସୀ ଅଟନ୍ତି । ତେବେ ତାଙ୍କ ପରିବାର ଦୀର୍ଘ ଦିନରୁ ବଲାଙ୍ଗୀର ଗାନ୍ଧୀ ନଗର ପଡ଼ାରେ ଭଡ଼ାରେ ରହୁଥିଲେ ଏବଂ ସ୍ବାମୀ ରୋହିତ ଥାପା ମଦ୍ୟପାନ କରି ଘରକୁ ଆସିଥିଲେ । ଯାହା ଫଳରେ ତାଙ୍କ ଘରେ ସବୁ ବେଳେ କଳହ ଲାଗି ରହୁଥିଲା । ସେପଟେ ଗତକାଲି ରାତିରେ ସ୍ବାମୀ ଘରକୁ ଆସି ସ୍ତ୍ରୀକୁ ମଦ ପାଇଁ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ।

ଏହାପରେ ରାତିରେ ଖାଇ ସାରି ସମସ୍ତେ ଶୋଇଥିବା ବେଳେ ଆଜି ସକାଳୁ ରୋହିତ ଥାପାଙ୍କ ମୃତଦେହ ତାଙ୍କ ଶୋଇବା କକ୍ଷରୁ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଦେଖିଥିଲେ । ସ୍ଥାନୀୟ ଟାଉନ ପୋଲିସକୁ ଏହାର ଖବର ଦେଇଥିଲେ। ଯାହା ପରେ ଟାଉନ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ସେହିପରି ସାଇଣ୍ଟିଫିକ୍ ଟିମ୍ ଆସି ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ବି ପଢନ୍ତୁ- ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି

ଏଦିଗରେ ପରିବାର ଲୋକଙ୍କୁ ପଚରା ଉଚରା ମଧ୍ୟ ଜାରି ରଖିଛି ପୋଲିସ । ସେହିପରି ମଦ ପାଇଁ ଘରେ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଥିବାର ପୋଲିସ ସୂଚନା ଦେଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ମଦ ପିଇବା ପାଇଁ ଟଙ୍କାକୁ ନେଇ କଳହ ଯୋଗୁଁ ଆତ୍ମହତ୍ୟା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ମୃତ ରୋହିତ ଥାପା ବିଗତ କିଛି ବର୍ଷ ହେବ ତାଙ୍କ ଗାଁରୁ ଆସି ଏଠି ଦିନ ମଜୁରିଆ ଭାବରେ କାମ କରୁଥିଲେ ଏବଂ ତାଙ୍କ ସହ ତାଙ୍କ ପରିବାର ମଧ୍ୟ ଏଠି ରହି ଆସୁଥିଲେ । ତେବେ ରୋହିତ ସବୁବେଳେ ମଦ ପିଇବା ଯୋଗୁଁ ତାଙ୍କ ଘରେ କଳହ ଲାଗି ରହୁଥିବାର ପଡ଼ୋଶୀ ସୂଚନା ଦେଇଛନ୍ତି। ଏହାକୁ ନେଇ ପୋଲିସ ତଦନ୍ତ ଶେଷ ହେବା ପରେ ସତ ଘଟଣା ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.