ETV Bharat / state

ଖୋଲୁଛି ଗୋବିନ୍ଦର ଅପରାଧ ପେଡ଼ି: ମମିତାଙ୍କ ପୂର୍ବରୁ ରାଜେଶ୍ବରୀ ! ନ୍ଯାୟ ଅପେକ୍ଷାରେ ସ୍କୁଲର ପୂର୍ବତନ ଶିକ୍ଷକ - allegation against govinda sahu

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ଗୋବିନ୍ଦ ଏଭଳି କାଣ୍ଡ କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି । ଅଧିକ ପଢ଼ନ୍ତୁ...

ଖୋଲୁଛି ଗୋବିନ୍ଦର ଅପରାଧ ପେଡ଼ି, କେବଳ ମମିତା ନୁହଁନ୍ତି ଅନେକ ପାଲଟିଛନ୍ତି ଶିକାର

author img

By

Published : Oct 21, 2021, 8:46 PM IST

Updated : Oct 21, 2021, 9:19 PM IST

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଅପରାଧ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କେବଳ ମମିତା ମେହେର ନୁହଁ ଏଭଳି ଅନେକ ଛାତ୍ରୀ ଓ ଶିକ୍ଷୟତ୍ରୀ ଗୋବିନ୍ଦ ସାହୁର ଲୋଲୁପ ଦୃଷ୍ଟିରେ ଆସିଛନ୍ତି । ଅନେକ ନିଖୋଜ ଥିବା ବେଳେ କିଛିଙ୍କୁ ହତ୍ୟା କରାଯାଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ ।

ମମିତାଙ୍କ ପୂର୍ବରୁ ରାଜେଶ୍ବରୀ ? ନ୍ଯାୟ ଅପେକ୍ଷାରେ ସ୍କୁଲର ପୂର୍ବତନ ଶିକ୍ଷକ

ମମିତା ମେହେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବାପରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ତଥା କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ । ତେବେ କେବଳ ମମିତା ମେହେର ନୁହଁ ଏଭଳି ଅନେକ ଶିକ୍ଷୟତ୍ରୀ ଓ ଛାତ୍ରୀ ନିଖୋଜ ଅଛନ୍ତି କିମ୍ବା ତାଙ୍କର ହତ୍ୟା ହୋଇ ସାରିଛି । ଏହିଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀଙ୍କ ଅଭିଭାବକ । ତାଙ୍କ ଝିଅଙ୍କୁ ମଧ୍ୟ ଏହିଭଳି ହତ୍ୟା କରାଯାଇଥଲା ବୋଲି ସେ ଅଭିଯୋଗ କରିଛନ୍ତି । ନେତାମନ୍ତ୍ରୀଙ୍କ ପ୍ରଭାବରେ ଆଜି ବି ସେ ନ୍ୟାୟ ପାଇ ନାହାଁନ୍ତି ।

ବଲାଙ୍ଗୀରର ମୋତିଲାଲ ନାଏକ, ଗୋବିନ୍ଦ ସାହୁ ନାଁରେ ଆଣିଛନ୍ତି ଏଭଳି ଏକ ଅଭିଯୋଗ । ସେ 2000 ମସିହାରେ ମହଲିଙ୍ଗା ସନ୍‌ସାଇନ୍ ପବ୍ଲିକ ସ୍କୁଲରେ ଜଣେ ଇଂରାଜୀ ଶିକ୍ଷକ ଥିଲେ । ଝିଅ ରାଜେଶ୍ୱରୀ ନାଏକ ମଧ୍ୟ ସେହି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଗୋବିନ୍ଦ ସାହୁର ସମସ୍ତ ଅନୈତିକ କାର୍ଯ୍ୟକଳାପର ମୁକ ସାକ୍ଷୀ ଥିଲେ ମୋତିଲାଲ । ଗୋବିନ୍ଦ ସାହୁ ସ୍କୁଲର ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କୁ ନେତା ମନ୍ତ୍ରୀ ତଥା ଇଞ୍ଜିନିୟର ଓ ଅନ୍ୟ ଅଧିକାରୀମାନଙ୍କ ପାଖକୁ ପଠାଇଥାଏ । ସେଠାରେ ଶିକ୍ଷୟତ୍ରୀ ବା ଛାତ୍ରୀଙ୍କ ଯୌନ ଶୋଷଣ ହେଉଥିଲା ।

ଏଭଳିକି କିଛି ଛାତ୍ରୀଙ୍କ ସେ ଗର୍ଭପାତ ମଧ୍ୟ କରାଇ ଥିବା ଅଭିଯୋଗ ହୋଇଛି । ସ୍କୁଲକୁ ଏକ ରଙ୍ଗଶାଳାରେ ପରିଣତ କରି ସେଠି ସବୁ ପ୍ରକାରର ଅନୈତିକ କାମ କରୁଥିଲା ଗୋବିନ୍ଦ । ତେବେ ଏସବୁକୁ ବିରୋଧ କରିବାରୁ ମୋତିଲାଲଙ୍କ ଝିଅ ରାଜେଶ୍ୱରୀ ନାଏକଙ୍କୁ ଗୋବିନ୍ଦ ସାହୁ ଟ୍ରାକ୍ଟର ଚପାଇ ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି । ସେହି ସମୟରେ ନ୍ୟାୟ ପାଇଁ ପୋଲିସ୍ ନେତା ମନ୍ତ୍ରୀ ସମସ୍ତଙ୍କର ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ ମୋତିଲାଲ ।

ଗୋବିନ୍ଦ ସାହୁଙ୍କ ନେତା ମନ୍ତ୍ରୀ ପୋଲିସ ସହ ଥିବା ସଂପର୍କ ଯୋଗୁଁ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ଅଭିଯୋଗ କରିଛନ୍ତି ମୋତିଲାଲ । ମମିତା ମେହେର ଘଟଣା ପରେ ମୋତିଲାଲ ପୁଣି ସାମ୍ନାକୁ ଆସିଛନ୍ତି । ଦୋଷୀ ଗୋବିନ୍ଦ ସାହୁକୁ ଫାଶୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 21, 2021, 9:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.