ETV Bharat / state

ସନସାଇନ ସ୍କୁଲ ଯୌନ କେଳେଙ୍କାରୀ ଘଟଣା, ବଲାଙ୍ଗୀର ଏସପିଙ୍କୁ NCPCRର ନୋଟିସ୍‌

author img

By

Published : Oct 24, 2021, 8:35 AM IST

Updated : Oct 24, 2021, 9:18 AM IST

ବହୁ ଚର୍ଚ୍ଚିତ ସନ୍ ସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବଲାଙ୍ଗୀର ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ମମିତା ହତ୍ୟା ପଛରେ ଲୁଚି ଯାଉଛି ଯୌନ ଶୋଷଣ, ଚେତିଲା NCPCR

ବଲାଙ୍ଗୀର: ବହୁ ଚର୍ଚ୍ଚିତ ସନ୍ ସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବଲାଙ୍ଗୀର ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୫ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଛି । ସନ୍ ସାଇନ୍ ସ୍କୁଲରେ ଯୌନ କେଳେଙ୍କାରୀ ଚାଲିଥିବା ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ବଲାଙ୍ଗୀର ଏବଂ କଳାହାଣ୍ଡି ପୋଲିସ କେବଳ ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ଜାରିରଖି ଥିବାବେଳେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ଆସିଛି । ତେଣୁ ଏନସିପିସିଆର ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ମାମଲାକୁ ଗୁରୁତର ଭାବେ ନେଇଛନ୍ତି ।

ଯୌନ ଶୋଷଣ ନିର୍ଯାତନାର ପୋସ୍କୋ ଆଇନ ଅନୁସାରେ ମାମଲା ରୁଜୁକରି ତଦନ୍ତ କରିବାକୁ ବଲାଙ୍ଗୀର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ବଲାଙ୍ଗୀର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା' ଡ୍ରାଇଭର ଗିରଫ ଅଛନ୍ତି । ପୋଲିସ ଗୋବିନ୍ଦକୁ ହତ୍ୟା ସ୍ଥାନକୁ ନେଇ ସିନ୍ ରିକ୍ରିଏସନ କରିଛି । ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉ ଥିବାବେଳେ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦାବି କରି ବିଭିନ୍ନ ରାଜନୈତିକ ଦଳ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅଡି ବସିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ନେଇ ପ୍ରତିଦିନ ବଲାଙ୍ଗୀରରୁ କଳାହାଣ୍ଡି, କଳାହାଣ୍ଡିରୁ ଭୁବନେଶ୍ବର ଉଠୁଛି ପଡୁଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 24, 2021, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.