ETV Bharat / state

ପାଟଣାଗଡରେ ପାଗଳା କୁକୁର ଆତଙ୍କ: ଜଣେ ମୃତ ୧୩ ଆହତ

author img

By

Published : Oct 13, 2022, 7:43 PM IST

Updated : Oct 13, 2022, 9:00 PM IST

ପାଟଣାଗଡ଼ ବ୍ଲକରେ ପାଗଳା କୁକୁର ଆତଙ୍କ । ପାଟଣାଗଡ଼ ବ୍ଲକରେ ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପାଟଣାଗଡରେ ପାଗଳା କୁକୁର ଆତଙ୍କ
ପାଟଣାଗଡରେ ପାଗଳା କୁକୁର ଆତଙ୍କ

ବଲାଙ୍ଗୀର: ପାଟଣାଗଡ଼ ବ୍ଲକରେ ପାଗଳା କୁକୁର ଆତଙ୍କ । ପାଗଳା କୁକୁର କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ପାଟଣାଗଡ ବ୍ଲକ ବାଲି ପଟା ଓ କଳଙ୍ଗା ପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି(ଗୁରୁବାର) ସକାଳୁ ଏକ ବୁଲା କୁକୁର ପ୍ରଥମେ କଲଙ୍ଗା ପାଲି ଗ୍ରାମରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା ।

ପାଟଣାଗଡରେ ପାଗଳା କୁକୁର ଆତଙ୍କ

ସୂଚନା ଅନୁସାରେ, କଲଙ୍ଗା ପାଲି ଏବଂ ବାଲି ପଟା ଗ୍ରାମରେ ଏକ କୁକୁର ବୁଲି ବୁଲି ଲୋକଙ୍କୁ କାମୁଡି ଥିଲା । ଏହାସହ ଘରୁ ବାହାରକୁ ଆସୁଥିବା ଜଣେ ଶିଶୁ କୁ ମଧ୍ୟ ଏହି କୁକୁର କାମୁଡି ଗୁରୁତର କରିଥିଲା । ତେବେ ସମସ୍ତ ଗୁରୁତର ଆହତଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ ଦିପା ମୁଣ୍ଡା । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକ କୁକୁରଟିକୁ ମାରି ଦେଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରେରଣା ପାଲଟିଲେ କମଲ କିଶୋର: ୱାଚ୍‌ମ୍ୟାନରୁ ହେଲେ ୟୁନଭର୍ସିଟିର ପ୍ରଫେସର

ଏନେଇ ମୃତ ଦିପା ମୁଣ୍ଡାଙ୍କ ବାପା କହିଛନ୍ତି ଯେ, "ସକାଳ ସାଢେ ୫ଟା ସମୟରେ କୁକୁର ପ୍ରଥମେ ଗ୍ରାମର ସରପଞ୍ଚକୁ କାମୁଡି ଦେଇଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ କାମୁ଼ଡିଥିଲା । ପରେ ମୋର ଝିଅକୁ ମଧ୍ୟ କାମୁଡି ଦେଇଥିଲା । ଆମେ ଝିଅକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲୁ । କିନ୍ତୁ ମଧ୍ୟାହ୍ନରେ ଛୁଆର ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 13, 2022, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.