ETV Bharat / state

ମହାନଦୀ ଜଳ ବିବାଦରେ ଫସିଲା ଲୋୟର ସୁକତେଲ ପ୍ରକଳ୍ପ, ନିର୍ମାଣ କାର୍ଯ୍ୟ ବନ୍ଦ

author img

By

Published : Feb 8, 2021, 9:27 PM IST

ଓଡିଶା ସରକାରଙ୍କ ପାଇଁ ମହାନଦୀ ଜଳବିବାଦ ବୁମେରାଂ ହୋଇଛି। ଏହି ବିବାଦରେ ଛନ୍ଦି ହୋଇଛି ଓଡ଼ିଶାର ଚାରୋଟି ଜଳ ପ୍ରକଳ୍ପ। ଯେଉଁଥିରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ସାମିଲ ଥିବା ବେଳେ ମହାନଦୀ ଟ୍ରିବ୍ୟୁନାଲ ଅନ୍ତିମ ଆଦେଶ ନ ଆସିବା ଯାଏଁ ଏହାର କାମ ଆରମ୍ଭ ହେବା ନେଇ ସନ୍ଦେହ ଦେଖାଦେଇଛି । ଅଧିକ ପଢନ୍ତୁ...

lower-suktel
ମହାନଦୀ ଜଳ ବିବାଦରେ ଫସିଲା ଲୋୟର ସୁକତେଲ ପ୍ରକଳ୍ପ , ନିର୍ମାଣ କାର୍ଯ୍ୟ ବନ୍ଦ

ବଲାଙ୍ଗୀର: ଓଡିଶା ସରକାରଙ୍କ ପାଇଁ ମହାନଦୀ ଜଳବିବାଦ ବୁମେରାଂ ହୋଇଛି । ଏହି ବିବାଦରେ ଛନ୍ଦି ହୋଇଛି ଓଡ଼ିଶାର ଚାରୋଟି ଜଳ ପ୍ରକଳ୍ପ । ଯେଉଁଥିରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ସାମିଲ ଥିବା ବେଳେ ମହାନଦୀ ଟ୍ରିବ୍ୟୁନାଲ ଅନ୍ତିମ ଆଦେଶ ନ ଆସିବା ଯାଏଁ ଏହାର କାମ ଆରମ୍ଭ ହେବା ନେଇ ସନ୍ଦେହ ଦେଖାଦେଇଛି ।

ମହାନଦୀ ଜଳ ବିବାଦ ଓଡ଼ିଶାର ଚାରୋଟି ଜଳ ପ୍ରକଳ୍ପର ଭାଗ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଯେଉଁଥିରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ରହିଛି । ତେବେ ଛତିଶଗଡ ସରକାର ମହାନଦୀରେ ବେଆଇନ ଭାବରେ ପ୍ରକଳ୍ପ ନିର୍ମାଣକୁ ନେଇ ଆପତ୍ତି ଉଠିଥିଲା ଓଡିଶା । ଫଳ ସ୍ବରୂପ ଦେଶର ସର୍ବୋଚ୍ଚ ଅଦାଲତ ଏହା ପାଇଁ ଟ୍ରିବ୍ୟୁନାଲ ଗଠନର ନିର୍ଦେଶ ଦେଇଥିଲେ । ଏବଂ ମାମଲା ଏବେ ମହାନଦୀ ଟ୍ରିବ୍ୟୁନାଲରେ ଥିବା ବେଳେ ଓଡିଶା ସରକାର ଲୋୟର ସୁକତେଲ ପ୍ରକଳ୍ପ, ତେଲ ବହୁମୁଖୀ ପ୍ରକଳ୍ପ, ଖଡଗ ବ୍ୟାରେଜ ଓ ତେଲିଜୋର ପ୍ରକଳ୍ପର ଡ଼ିପି ଆର ବା ପ୍ରୋଜେକ୍ଟ ତଥ୍ୟ ଫେରାଇ ଦେଇଛନ୍ତି। ଯାହା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ବଲାଙ୍ଗୀର ର ସୂଚନା ଅଧିକାର କର୍ମୀ କେନ୍ଦ୍ର ଜଳ ସଂଶୋଧନ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗକୁ ଏ ନେଇ ତଥ୍ୟ ମାଗିଥିଲେ। ଏବଂ ଏଜି ବିଭାଗ ତାଙ୍କୁ ଚିଠି ନମ୍ବର 12011/180/2020 ରେ ତଥ୍ୟ ପ୍ରଦାନ କରି ଏହି ସବୁ ପ୍ରକଳ୍ପର ଡି ପି ଆର ଫେରାଇ ଦେଇଥିବାର ସୂଚନା ଦେଇଛନ୍ତି। ଏବଂ ମହାନଦୀ ଅବବାହିକା ମଧ୍ୟରେ ଏହି ସବୁ ପ୍ରକଳ୍ପ ଥିବାରୁ ଟ୍ରିବ୍ୟୁନାଲର ଅନ୍ତିମ ରାୟ ଆସିବା ପରେ ପୁନଃ ଡ଼ିପିଆର ପଠାଇବା ପାଇଁ କହିଛନ୍ତି । ଯାହାର ଅର୍ଥ ହେଲା ଯେ ଲୋୟର ସୁକତେଲ କାମ ଆଗେଇବା ନେଇ ପୁଣି ସନ୍ଦେହ ପ୍ରକାଶ ପାଇଛି । ତେବେ ଓଡିଶା ସରକାର ଛତିଶଗଡ଼ ସରକାରଙ୍କ ହୀରାକୁଦ ଉପର ମୁଣ୍ଡରେ ମହାନଦୀ ମଧ୍ୟରେ ବେଆଇନ ଦର୍ଶାଇ ଥିଲା। ଏବଂ ଏଥିପାଇଁ 2016ରେ ମୁଖ୍ୟ ମନ୍ତ୍ରୀ ସ୍ଥରୀୟ ବୈଠକରେ ଓଡିଶା ତାର ମତ ସ୍ପଷ୍ଟ କରିଥିବାବେଳେ ଛତିଶଗଡ଼ ସରକାର ଏହି ସବୁ ପ୍ରକଳ୍ପ ଦଶବର୍ଷ ହେବ କାମ ଚାଲିଛି ଓ ବନ୍ଦ ହେବ ନାହିଁ ବୋଲି କହିଥିଲା । ଅନ୍ୟପଟେ ବଲାଙ୍ଗୀର ଲୋୟର ସୁକତେଲ 20 ବର୍ଷରୁ କମ ଚାଲିଥିବାବେଳେ ଏହା କେମିତି ବନ୍ଦ ହେଲା, ତାହାକୁ ନେଇ କେନ୍ଦ୍ରର ନୀତି ସ୍ପଷ୍ଟ ହୋଇଛି । ତେବେ ମହାନଦୀ ଜଳ ବିବାଦରେ ଓଡିଶା ନିଜର ମତ ଠିକରେ ରଖି ପାରି ନ ଥିବାବେଳେ ଏହାର ପରିଚାଳନା ମଧ୍ୟ ଠିକରେ କରି ନ ଥିବାରୁ ଆଜି ଏଜି ଅଵସ୍ଥା ହୋଇଥିବାର ଅଭିଯୋଗ ହୋଇଛି ।

ଅନ୍ୟପଟେ ନିକଟରେ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଉଚ୍ଚସ୍ଥରୀୟ ଟିମ ଲୋୟର ସୁକତେଲ ନିର୍ମାଣ ସ୍ଥଳ ବୁଲି ଦେଖିବା ସହ କାମ ଶିଘ୍ର ହେବ ବୋଲି କହିଥିଲେ । ତେବେ ଏହି କଥା ସରକାର କେଉଁ ଆଧାରରେ ଓ କେମିତି କହୁଛନ୍ତି ନା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଛିଡା ହୋଇଛି । ସେହିପରି ଲୋୟର ସୁକତେଲ ନିର୍ମାଣ କାମକୁ ନେଇ ସରକାର ସ୍ପଷ୍ଟ ନ ଥିବା ବେଳେ 20 ବର୍ଷରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ 80ଟି ଆର୍ପି ଡିଏସି ବୈଠକ ବଦଳରେ ମାତ୍ର ତିନୋଟି ବୈଠକ କରିଛନ୍ତି, ଯାହା ଓଡିଶା ସରକାରଙ୍କ ଉଦ୍ଦେଶ୍ୟ ଉପରେ ପୁଣି ପ୍ରଶ୍ନ ଛିଡା ହୋଇଛି ବୋଲି ଅଭିଯୋଗ ହୋଇଛି।

ତେବେ ରାଜ୍ୟ ସରକାର ମହାନଦୀ ଜଳ ବିବାଦକୁ ଠିକରେ ପରିଚାଳନା କରିପାରିନଥିବାରୁ ଆଜି ଅନ୍ୟ ପ୍ରକଳ୍ପର ଭାଗ୍ୟ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.