ETV Bharat / state

ଅନ୍ତିମ ପର୍ଯ୍ୟୟରେ ଶୁକତେଲ ବୃହତ୍ତ ଜଳପ୍ରକଳ୍ପ; କେମିତି ହେଲା ସମ୍ଭବ ? କଣ ଥିଲା ବିବାଦ - ଲୋୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ

ବଲାଙ୍ଗୀର ଜୀବନ ରେଖା କୁହାଯାଉଥିବା ଲୋୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ । ଦଶନ୍ଧି ଧରି ଅନେକ ବାଦ ବିବାଦରେ ଛନ୍ଦି ହୋଇଥିଲା । ଶେଷରେ ଅନ୍ତିମ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ । ତେବେ ଏହା କେମିତି ସମ୍ଭବ ହେଲା ? କଣ ଥିଲା ବିବାଦ ? ଅଧିକ ପଢ଼ନ୍ତୁ

Etv Bharatଶସ୍ୟଶ୍ୟାମଳା ହେବ ବଲାଙ୍ଗୀର ଜିଲ୍ଲା, ଶେଷ ପର୍ଯ୍ୟୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ
ଶସ୍ୟଶ୍ୟାମଳା ହେବ ବଲାଙ୍ଗୀର ଜିଲ୍ଲା, ଶେଷ ପର୍ଯ୍ୟୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ
author img

By

Published : Jul 15, 2023, 9:15 PM IST

ଶସ୍ୟଶ୍ୟାମଳା ହେବ ବଲାଙ୍ଗୀର ଜିଲ୍ଲା, ଶେଷ ପର୍ଯ୍ୟୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ

ବଲାଙ୍ଗୀର: ଶସ୍ୟଶ୍ୟାମଳା ହେବ ବଲାଙ୍ଗୀର ଜିଲ୍ଲା । ସେଥିପାଇଁ ଦୁଇ ଦଶନ୍ଧି ତଳେ ସରକାରଙ୍କ ଦ୍ବାରା ଅରମ୍ଭ ହୋଇଥିଲା ଲୋୟର ଶୁକତେଲ ବୃହତ୍ତ ଜଳ ପ୍ରକଳ୍ପ ଯୋଜନା । ବଲାଙ୍ଗୀରର ଭୂତଳ ପାଣି ମଧ୍ୟ ବଢିବ। ଏଭଳି ଅନେକ ସ୍ୱପ୍ନ ନେଇ ଏହାର ପରିକଳ୍ପନା ହୋଇଥିଲା। ଏହି ଯୋଜନାକୁ ନେଇ ଅନେକ ପ୍ରତିବାଦ ମୁଣ୍ଡ ଟେକିଥିବା ବେଳେ ପରିଶେଷରେ ନିଜ ଅନ୍ତିମ ଚରଣରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟ । ଏହି ପ୍ରକଳ୍ପ ଦ୍ବାରା 29 ଟି ଗ୍ରାମର ହଜାର ହଜାର ଲୋକ ଭିଟା ମାଟି ଛାଡିଛନ୍ତି । ତେବେ ସରକାର ତାଙ୍କୁ ସବୁ ସମ୍ଭବ କ୍ଷତି ପୁରଣ ସାଙ୍ଗକୁ ଉଚିତ ଥଇଥାନ କରିବାର ଚେଷ୍ଟା କରୁଥିବା କହିଛି । ହେଲେ ଏବେବି ସମଧାନ ହୋଇ ନାହିଁ ବିସ୍ଥାପିତମାନଙ୍କ ଦୁଃଖ ।

ବଲାଙ୍ଗୀର ଜିଲ୍ଲା ଏକ ଶୁଷ୍କ ଜିଲ୍ଲା ଭାବରେ ପରିଗଣିତ। ଜଳ ସେଚନ ପ୍ରତିଶତ ମାତ୍ର ତିନି ପ୍ରତିଶତ । ଯେଉଁଥିରେ ଲୋୟର ଶୁକତେଲ ମାଗୁର ବେଡା ଠାରେ ଏହାର ନିର୍ମାଣ ପାଇଁ ପ୍ରସ୍ତାବ ନିଆଗଲା । 217 କୋଟି ଟଙ୍କା ଏହା ପାଇଁ କେନ୍ଦ୍ର ଯୋଜନାରେ ପ୍ରଦାନ କରିଥିଲା । ବୁଡି ଅଞ୍ଚଳ ସଂଗ୍ରାମ ପରିଷଦ ଏହାକୁ ତୀବ୍ର ବିରୋଧ କରି ଆନ୍ଦୋଳନ ଜାରି ରଖିଥିଲା । ଏଥିପାଇଁ ଅନେକ ଥର ପୋଲିସ ପ୍ରଶାସନ ଓ ଜନତା ଅମନା ସାମନା ହୋଇଥିଲେ।

ଅଧିକ ପଢନ୍ତୁ: ବିକାଶ ନାଁରେ ବିନାଶ ! ସ୍ଥଗିତ ରହିଲା ଶିଖରଚଣ୍ଡୀ ପାହାଡର ଜଳ ପ୍ରକଳ୍ପ କାର୍ଯ୍ୟ

ପରିଶେଷରେ ଅନେକ ବାଦବିବାଦ ପରେ 2022ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଏହି ବର୍ଷ ବର୍ଷା ପାଣି ଡ୍ୟାମରେ ଗଚ୍ଛିତ ହେବାରେ ଲାଗିଛି । ଯାହା ପାଇଁ ଡ୍ୟାମରେ ବୁଡିବାକୁ ଥିବା ଗାଁ ମାନଙ୍କୁ ବିସ୍ଥାପିତ କରିବାରେ ଲାଗିଛି ପ୍ରଶାସନ। ତେବେ ସବୁ ବିସ୍ଥାପିତଙ୍କୁ କ୍ଷତି ପୁରଣ ଦେବା ପରେ ସେମାନଙ୍କୁ ଶୀଘ୍ର ଗାଁରୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଛି ପ୍ରଶାସନ। ଅନ୍ୟପଟେ ବିସ୍ଥାପିତଙ୍କ ଅନେକ ଆପତ୍ତି ଅଭିଯୋଗ ଏବେବି ରହିଛି। ଯେଉଁଥିରେ କିଛି ଲାକଙ୍କୁ ଏଯାଏଁ ଉଚିତ କ୍ଷତି ପୂରଣ ପ୍ରଦାନ କରାଯାଇ ନାହିଁ ।

ଗ୍ରମାବାସୀ ଅଭିଯୋଗ କରିଛନ୍ତି ଯେ, ସରକାର ସେମାନଙ୍କୁ ଖୁବ ଅଳ୍ପ ସମୟ ମଧ୍ୟରେ ସେମାନଙ୍କୁ ଗାଁରୁ ତଡି ଦେଉଛି । ଥଇଥାନର ବ୍ୟବସ୍ଥା ନକରି ଗାଁ ଛାଡି ଯିବାକୁ କହୁଛି । ବର୍ଷା ମାସରେ ସେମାନେ କେଉଁଠିକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ? ସେହିପରି ଏହି ବିସ୍ଥାପିତଙ୍କ ମଧ୍ୟରେ ଭୂମିହୀନମାନେ କେବେ ଓ କେଉଁଠି ଥଇଥାନ ହେବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ସେଥିମଧ୍ୟରୁ ଅନେକ ହିତାଧିକାରୀ ଆଜି ଯାଏଁ କ୍ଷତି ପୂରଣ ପାଇ ନଥିବାର ମଧ୍ୟ ଅଭିଯୋଗ ରହିଛି ।

ସେପଟେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି , ‘‘ଯେଉଁମାନେ ଏହା ପାଇଁ ତାଙ୍କର ସର୍ବସ୍ବ ହରାଇ ବଳିଦାନ ଦେଇ ଜିଲ୍ଲାର ବିକାଶ ପାଇଁ ସମର୍ପି ଦେଇଛନ୍ତି ତାକୁ ସେ ଅଶେଷ ଧନ୍ୟବାଦ । ସେହିପରି ଯାହାବି ତାଙ୍କର ସମସ୍ୟା ରହିଛି ସବୁକୁ ପ୍ରାଧାନ୍ୟ ଦେଇ ସମାଧାନ କରାଯିବ ଓ କରାଯାଉଛି ।’’

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.