ETV Bharat / state

ଲୋୟର ସୁକତେଲ ଡ୍ୟାମରେ ମାଟି ଆଡିବନ୍ଧ କାମ ଆରମ୍ଭ - ଲୋୟର ସୁକ୍ତେଲ ଡ୍ୟାମ କାମ ଆରମ୍ଭ

ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଡ୍ୟାମରେ ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଲୋୟର ସୁକ୍ତେଲ ଡ୍ୟାମରେ ମାଟି ଆଡିବନ୍ଧ କାମ ଆରମ୍ଭ

author img

By

Published : Feb 28, 2021, 6:53 AM IST

Updated : Feb 28, 2021, 7:01 AM IST

ବଲାଙ୍ଗୀର: ଜିଲ୍ଲାର ଲୋୟର ସୁକତେଲ ଡ୍ୟାମ କାମ ଦୀର୍ଘ ଅଢେଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି । ଏହି କାର୍ଯ୍ୟକୁ ବିସ୍ଥାପିତମାନେ ବିରୋଧ କରୁଥିବା ବେଳେ ଡ୍ୟାମର ମାଟି ଆଡିବନ୍ଧ କାମ ହେଉଥିବା ଦେଖିବାକୁ ମିଳିଛି । ତେବେ ବିସ୍ଥାପିତମାନଙ୍କୁ ଥଇଥାନ ନ କରାଗଲେ ପୁଣି ଆନ୍ଦୋଳନ ହୋଇପାରେ ବୋଲି ଆଶଙ୍କା ରହିଛି ।

ଲୋୟର ସୁକତେଲ ଡ୍ୟାମରେ ମାଟି ଆଡିବନ୍ଧ କାମ ଆରମ୍ଭ

ଏହି ଡ୍ୟାମର ନିର୍ମାଣ ଯୋଗୁଁ 15ଟି ଗ୍ରାମର ଗ୍ରାମବାସୀମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏମାନଙ୍କୁ ଥଇଥାନ ସହିତ କ୍ଷତିପୂରଣ ପାଇଁ ସରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏଥିଲାଗି ଡ୍ୟାମରେ ଚାଲିଥିବା ମାଟି ଆଡିବନ୍ଧ କାର୍ଯ୍ୟକୁ ଗ୍ରାମବାସୀମାନେ ବିରୋଧ କରିନାହାନ୍ତି । ହେଲେ ବିସ୍ଥାପିତ ଗ୍ରାମବାସୀଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି ଲୋୟର ସୁକ୍ତେଲ ପ୍ରକଳ୍ପର 1996 ମସିହାରେ ପ୍ରସ୍ତାବ ନିଆଯାଇ ବିଳମ୍ବରେ ଅର୍ଥାତ୍ 2012 ମସିହାରେ କାମ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ମାଟି ଆଡ଼ିବନ୍ଧ କାମ 42 ପ୍ରତିଶତ ସରିଥିବା ବେଳେ ସ୍ପିଲ ୱେ କାମ 72 ପ୍ରତିଶତ ସରିଛି । ତେବେ ବିସ୍ଥାପିତଙ୍କ ତୀବ୍ର ବିରୋଧ ପରେ ଏହି କାମ ଗତ 2018 ମସିହାରୁ ବନ୍ଦ ହୋଇ ଯାଇଥିଲା । ଯାହାର କାମ ଏବେ ପୁଣି ଆରମ୍ଭ ହୋଇଥିବା ବେଳେ ବିସ୍ଥାପିତଙ୍କ ସମସ୍ୟା ଦୂର ନହେଲେ ପୁଣି ଆନ୍ଦୋଳନ ହେବାର ସମ୍ଭାବନା ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Feb 28, 2021, 7:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.