ETV Bharat / state

ମହାଦେବଙ୍କୁ ବି ଛାଡିଲେନି, ଶିବ ଲିଙ୍ଗକୁ ନେଇଗଲେ ଚୋର - shiba linga stolen from temple

ବଲାଙ୍ଗୀର ଲାଠୋର ସ୍ଥିତ ସର୍ବ ପୁରାତନ ମନ୍ଦିରରୁ ଚୋରି ଶିବ ଲିଙ୍ଗ ଚୋରି କରି ନେଇଛନ୍ତି କିଛି ଦୁର୍ବୃତ୍ତ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ମନ୍ଦିରରୁ ଶିବ ଲିଙ୍ଗ ଚୋରି, ତଦନ୍ତ ଜାରି
ମନ୍ଦିରରୁ ଶିବ ଲିଙ୍ଗ ଚୋରି, ତଦନ୍ତ ଜାରି
author img

By

Published : Nov 21, 2021, 4:30 PM IST

ବଲାଙ୍ଗୀର: ଶେଷରେ ଭଗବାନଙ୍କୁ ଚୋରି କରିବା ପାଇଁ ପଛାଇଲେନି ଚୋର । ବଲାଙ୍ଗୀର ଲାଠୋର ସ୍ଥିତ ସର୍ବ ପୁରାତନ ମନ୍ଦିରରୁ ଚୋରି ଶିବ ଲିଙ୍ଗ ଚୋରି କରି ନେଇଛନ୍ତି କିଛି ଦୁର୍ବୃତ୍ତ । ଏ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମନ୍ଦିରରୁ ଶିବ ଲିଙ୍ଗ ଚୋରି, ତଦନ୍ତ ଜାରି

ଲାଠୋର୍ ଗାଁର ସର୍ବ ପୁରାତନ ଶିବ ମନ୍ଦିରରୁ ଗତ 19 ତାରିଖରେ ପୂଜା ପାଉଥିବା ଶିବ ଲିଙ୍ଗକୁ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ଏ ନେଇ ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ଏହାକୁ ନେଇ ଲାଠୋର୍ ଥାନାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ମନ୍ଦିର ଯାଇ ତଦନ୍ତ ଆରମ୍ଭ କରିଛି । ଠାକୁରଙ୍କୁ ଚୋରି କରି ନେଇଥିବା ଦୁର୍ବୃତ୍ତଙ୍କୁ ଶୀଘ୍ର ଧରା ଯିବ ବୋଲି କହିଛନ୍ତି ପୋଲିସ ।

ରାଜା ଅମଳରେ 1938 ମସିହାରେ ଏହି ମନ୍ଦିର ସ୍ଥାପିତ ହୋଇଥିଲା । ପୂଜା ପାଉଥିବା ଶିବଙ୍କ ଉପରେ ଆଖ ପାଖ ଅଞ୍ଚଳ ଲୋକଙ୍କ ବିଶ୍ବାସ ରହି ଆସିଛି । ତେବେ ଠାକୁରଙ୍କୁ ଶୀଘ୍ର ଉଦ୍ଧାର ଓ ଦୋଷୀଙ୍କୁ ଗିରଫ ଦାବି କରିବା ନେଇ ଦାବି ଜୋର୍ ଧରିଛି ।

ବଲାଙ୍ଗୀରରୁ ସେଖି ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.