ETV Bharat / state

୨୧ତମ ବଲାଙ୍ଗୀର ଲୋକ ମହୋତ୍ସବ ଉଦଘାଟିତ - ବଲାଙ୍ଗୀର ଲୋକ ମହୋତ୍ସବ ଉଦଘାଟିତ

ବଲାଙ୍ଗୀରରେ ୨୧ ତମ ଲୋକ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ନୃତ୍ୟ ଓ ଗୀତରେ କମ୍ପିଲା ମ୍ଞ୍ଚ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 21, 2023, 12:33 PM IST

ଲାଙ୍ଗୀର ଲୋକ ମହୋତ୍ସବ ଉଦଘାଟିତ

ବଲାଙ୍ଗୀର: ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ୨୧ ତମ ଲୋକ ମହୋତ୍ସବ । ଦୀର୍ଘ ଦୁଇ ବର୍ଷ କୋଭିଡ କଟକଣା ପରେ ବଲାଙ୍ଗୀର ଲୋକ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଶୁକ୍ରବାର ପ୍ରଥମ ସନ୍ଧ୍ୟାରେ ପରିବେଷିତ ନୃତ୍ୟ ଓ ଗୀତରେ କମ୍ପିଥିଲା ମଞ୍ଚ । ବଲାଙ୍ଗୀରର ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରେ ଏହା ଉଦଘାଟିତ ହୋଇଥିବା ବେଳେ ଲୋକ ମହୋତ୍ସବ କମିଟ ଅଧ୍ୟକ୍ଷ, ଜିଲ୍ଲାପାଳ ଚଞ୍ଚଳ ରଣା ଉପସ୍ଥିତ ଥିଲେ ।

ବଲାଙ୍ଗୀର ସୁରସଙ୍ଗମ ସଂଗଠନ ଆଦିବାସୀ ନୃତ୍ୟ ଓ ଉପହାର ସଂଗଠନ ଘୁଡକା ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଆସାମ ରାଜ୍ୟର ବିହୁ ନୃତ୍ୟ, ରାଜସ୍ଥାନର ଘୁମର୍ ନୃତ୍ୟ, ମଧ୍ୟ ପ୍ରଦେଶର ବଧାଇ ନୃତ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ ଲୋକ ମହୋତ୍ସବ ପାଇଁ ସ୍ଥାନୀୟ ବାସିନ୍ଦା ବେଶ ଖୁସିଥିଲେ । ଗତକାଲିର ସନ୍ଧ୍ୟାକୁ ମନଭରି ଉପଭୋଗ କରିଥିବା ଦର୍ଶକ ମତ ରଖିଛନ୍ତି ।

ଏନେଇ ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ କହିଛନ୍ତି ଯେ,''ଲୋକ ମହୋତ୍ସବକୁ ବେଶ ଉପଭୋଗ କରୁଛନ୍ତି ବଲାଙ୍ଗୀର ବାସୀ । ଆଗକୁ ସମସ୍ତେ ମିଳିତ ଭାବରେ ବଲାଙ୍ଗୀର ଲୋକ କଳା ସଂସ୍କୃତି ପାଇଁ ଏକତ୍ରିତ ହେବା ଆବଶ୍ୟକ । ସେହିପରି ଜିଲ୍ଲା ପ୍ରଶାସନର ଏହି ମହତ ଚେଷ୍ଟାକୁ ଧନ୍ୟବାଦ ଜଣାଇଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ । ଏହି କଳା ସଂସ୍କୃତିକୁ ଆଗକୁ ନେବା ପାଇଁ ଆମକୁ ଚେଷ୍ଟା କରିବାକୁ ହେବ ବୋଲି କହିଥିଲେ ପୌରାଧ୍ୟକ୍ଷା । ''

''ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ବଲାଙ୍ଗୀର ଲୋକ କଳା ଉଚ୍ଚ କୋଟିର ବୋଲି ମତ ରଖିଥିଲେ । ଏହି କଳା ସଂସ୍କୃତି ଆମକୁ ଏକ ଧାରରେ ବାନ୍ଧି ରଖିଛି । ଏଠି କେବଳ ଲୋକ ନୃତ୍ୟ ଗୀତ ନୁହେଁ ମହିଳା ଓ ଅନ୍ୟ ମାନଙ୍କୁ ମଧ୍ୟ ତାଙ୍କର କଳା ଲୋକଙ୍କ ସାମ୍ନାକୁ ଆଣିବାକୁ ସୁଯୋଗ ଦେଇଛି ବୋଲି ସେ କହିଥିଲେ। ''

ଲୋକ ମହୋତ୍ସବ କମିଟି ଅଧ୍ୟକ୍ଷ ଓ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସହ ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ, ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ, ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ଏସପି ନିତିନ କୁସଲକର, ଜିଲ୍ଲା ବନାଧିକାରୀ ନୀତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସାଧାରଣ ସଭା କାର୍ଯ୍ୟ ପରେ ଜିଲ୍ଲାର ବିଭିନ୍ନ ଲୋକ ନୃତ୍ୟ ଓ ଗୀତ ପ୍ରଦର୍ଶିତ କରାଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.