ETV Bharat / state

ଲୋଇସିଂହା ଗ୍ରାମରେ ଜଳ ସଙ୍କଟ, ରାସ୍ତାରୋକ କଲେ ଗ୍ରାମବାସୀ - ଲୋଇସିଂହା ଗ୍ରାମରେ ଜଳ ସଙ୍କଟ

ଗ୍ରୀଷ୍ମ ପ୍ରବାହରେ ଜଳ ସଙ୍କଟ। ରାସ୍ତାରୋକ କଲେ ଲୋଇସିଂହା ଗ୍ରାମବାସୀ। ଅଧିକ ପଢନ୍ତୁ

loisingha villagers block road in balangir

author img

By

Published : Jun 20, 2023, 1:05 PM IST

ଲୋଇସିଂହା ଗ୍ରାମରେ ଜଳ ସଙ୍କଟ

ବଲାଙ୍ଗୀର: ଡହଡହ ଖରାରେ ଜଳ କଷ୍ଟରେ ଜୁଝି ହେଉଛନ୍ତି ଲୋଇସିଂହା ଗ୍ରାମବାସୀ। ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ କେହି ନଶୁଣିବାରୁ ଗରା, ବାଲ୍ଟି ଧରି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ପ୍ରଶାସନର ବୁଝା ଶୁଝା ପରେ ହଟିଲା ଆନ୍ଦୋଳନ ।

ଗ୍ରୀଷ୍ମ ଦିନରେ ପିଇବା ପାଣିର ଘୋର ଅଭାବରେ ସମ୍ମୁଖୀନ ହେଉଛନ୍ତି ଲୋଇସିଂହା ଗ୍ରାମବାସୀ । ଯାହାକୁ ଅନେକ ସମୟରେ ସ୍ଥାନୀୟଙ୍କୁ ସେ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ଆଜି ପର୍ଯ୍ୟନେତ ହୋଇପାରି ନାହିଁ। ଶେଷରେ ଗତାକିଲ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ ଗ୍ରାମବାସୀ। ଲୋଇସିଂହା ଦେଇ ଯାଇଥିବା ବରଗଡ଼ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଉପରେ ମାଠିଆ ବାଲ୍ଟି ରଖି ଅବରୋଧ କରିଥିଲେ । ଯେଉଁଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

ତେବେ ଆନ୍ଦୋଳନ କରୁଥିବା ମହିଳା ରଶ୍ମୀ କୁଅଁର କହିଛନ୍ତି ଯେ, ଦୀର୍ଘ ଦିନ ହେବ ତାଙ୍କ ଅଞ୍ଚଳରେ ପିଇବା ପାଣି ଆସୁ ନାହିଁ । ସେହିପରି ପିଇବା ପାଣିର ସେଠି ଅନ୍ୟ କୌଣସି ସୁବିଧା କିମ୍ବା ନାଳ କୂପ ନଥିବା ବେଳେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏହି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ପାଖକୁ ଯାଇଥିଲେ । ପାଖ ସୁକତେଲ ନଦୀରେ ପାଣି ନା ଥିବାରୁ ପାଣି ଯୋଗାଣ ହୋଇ ପାରୁ ନଥିବା କହିଥିଲେ ସରପଞ୍ଚ । ସେହିପରି ପାଣି ଟ୍ୟାଙ୍କରରେ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ସରପଞ୍ଚ ଏହା ଶୁଣିନଲେ । ଶେଷରେ କୌଣସି ଉପାୟ ନପାଇ ଆନ୍ଦୋଳନକୁ ଓହ୍ଲାଇଥିବା କଥା କହିଛନ୍ତି ମହିଳା ଅଭିଯୋଗକାରୀ ।

ସୋମବାର ମଧ୍ୟାହ୍ନରେ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନ କରିଥିଲେ ଲୋଇସିଂହା ଗ୍ରାମବାସୀ । ଘଟଣାସ୍ଥଳରେ ସ୍ଥାନୀୟ ବିଡ଼ିଓ, ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଆଲୋଚନା ଓ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଯାନ ବାହନ ଅଟକି ରହିଥିଲା। ଗରମ ଗୁଲୁ ଗୁଳିରେ ସମସ୍ତେ ନାକେ ଦମ୍ ହୋଇଥିଲେ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜଳ ସଙ୍କଟ ଦେଖା ଦେଇଛି । ଅନେକ ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ ସାତ ସପନ ପାଲଟିଛି । ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । କେବଳ ଲୋଇସିଂହା ନୁହଁ ଏମିତି ଏନେକ ଗ୍ରାମରେ ଜଳ କଷ୍ଟରେ ଜର୍ଜରିତ ହେଉଛି ଲୋକେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.