ETV Bharat / state

ଲକଡାଉନ ବଢାଇଛି ଦୁଃଖ, ଭୋକ ଉପାସରେ ଦିବ୍ୟାଙ୍ଗ ପରିବାର - ରବି ମହାପାତ୍ର

ଲକଡାଉନ ବଢାଇ ଦେଇଛି ଗରିବ ଅସହାୟଙ୍କ ଦୁଃଖ । ଏହିଭଳି ବଲାଙ୍ଗୀରର ଏକ ଦିବ୍ୟାଙ୍ଗ ପରିବାର ଏବେ ଦୁଇ ଓଳି ଖାଇବା ପାଇଁ କରୁଛନ୍ତି ସଂଘର୍ଷ । ଅଧିକ ପଢନ୍ତୁ...

Lockdown exacerbates the plight of the disabled
ଲକଡାଉନ ବଢାଇ ଦେଇଛି ଦୁଃଖ, ଭୋକ ଉପାସରେ ବିକଳାଙ୍କ ପରିବାର
author img

By

Published : May 13, 2020, 11:52 AM IST

ବଲାଙ୍ଗୀର: କୋରୋନା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହି ଲକଡାଉନ ବଢାଇ ଦେଇଛି ଗରିବ ଅସହାୟଙ୍କ ଦୁଃଖ । ଏହିଭଳି ବଲାଙ୍ଗୀରର ଏକ ଦିବ୍ୟାଙ୍ଗ ପରିବାର ଏବେ ଦୁଇ ଓଳି ଖାଇବା ପାଇଁ କରୁଛନ୍ତି ସଂଘର୍ଷ ।

ଲକଡାଉନ ବଢାଇ ଦେଇଛି ଦୁଃଖ, ଭୋକ ଉପାସରେ ବିକଳାଙ୍କ ପରିବାର

ବଲାଙ୍ଗୀର ବୈଜନ୍ତି ପଡ଼ାରେ ରହୁଛନ୍ତି ରବି ମହାପାତ୍ର, ତାଙ୍କ ସ୍ତ୍ରୀ ଓ ଗୋଟିଏ ଝିଅ । ରବି ମହାପାତ୍ର ନିଜେ ଦୀର୍ଘ ଦିନରୁ ପକ୍ଷ୍ୟାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିବା ବେଳେ ତାଙ୍କ ଏକମାତ୍ର ଝିଅ ମାନସିକ ବିକାରଗ୍ରସ୍ତ ଅଟନ୍ତି । ତେବେ ଘରେ କେବଳ ତାଙ୍କ ସ୍ତ୍ରୀ ମୀରା ମହାପାତ୍ର ଏକା ଭିକ୍ଷା ବୃତ୍ତି କରି ସମସ୍ତଙ୍କ ପେଟ ପୋଷନ୍ତି । କିନ୍ତୁ ଲକଡାଉନରେ ଏହା ସମ୍ଭବ ହେଉନଥିବା ବେଳେ ଏବେ ଦୁଇ ବେଳା ଖାଇବା ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡିଛି ।

ତେବେ ଏଭଳି ପରିସ୍ଥିତିରେ ଏମାନେ ସରକାରୀ ସହାୟତା ପାଇଁ ନେହୁରା ହୋଇଛନ୍ତି । ଏମାନଙ୍କ ପାଖରେ ନାଁ ଅଛି ରାସନ କାର୍ଡ ନାଁ ଅଛି ଦିବ୍ୟାଙ୍ଗ ଭତ୍ତା । ସତେ ଯେମିତି ଏମାନଙ୍କ ପାଖକୁ ସରକାର ପହଞ୍ଚି ପାରି ନାହିଁ । ତେବେ ଶଯ୍ୟାଶାୟୀ ରବି ମହାପାତ୍ରଙ୍କ ଏକ ମାତ୍ର ପୁଅ ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ଏବଂ ସେହି ଦିନଠାରୁ ଏମାନଙ୍କୁ ଦେଖିବାକୁ କି ତାଙ୍କ ଅବସ୍ଥା ବୁଝିବାକୁ କେହି ନାହାନ୍ତି । ଏହି ଲକ ଡାଉନ ଯେପରି ଗରିବ ଲୋକଙ୍କ ପାଇଁ ପାଲଟି ଯାଇଛି ଅଭିଶାପ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.