ETV Bharat / state

ବିକାଶ ନାଁରେ ବିଗୁଡୁଛି ବଲାଙ୍ଗୀର ବ୍ୟବସ୍ଥା, ସବୁ ଜାଣି ଚୁପ୍‌ ପ୍ରଶାସନ ! - ବଲାଙ୍ଗୀର ବେଆଇନ ବ୍ୟବସାୟିକ ଘର ପ୍ରତିଷ୍ଠାନ ଖବର

ବିକାଶ ନାଁରେ ବିଗିଡିବାରେ ଲାଗିଛି ବଲାଙ୍ଗୀରର ବ୍ୟବସ୍ଥା । ବେଆଇନ ବ୍ୟବସାୟିକ ଘର ପ୍ରତିଷ୍ଠାନ ସବୁ ରାତାରାତି ଗଢି ଉଠୁଥିବା ବେଳେ ଚୁପ୍ ପଡ଼ିଛି ପ୍ରଶାସନ । ଗରିବ ଉପରେ ଡୋଜର ଚାଲୁଥିବା ବେଳେ ଏସବୁ ପ୍ରତି ସମର୍ଥନ କାହା ଉଦ୍ଦେଶ୍ୟରେ ବୋଲି ଏବେ ଏଠି ଚର୍ଚ୍ଚା । ଅଧିକ ପଢନ୍ତୁ

ବିକାଶ ନାଁରେ ବିଗିଡିବାରେ ଲାଗିଛି ବଲାଙ୍ଗୀରର ବ୍ୟବସ୍ଥା, ଚାଲିଛି ବେଆଇନ ବ୍ୟବସାୟିକ ଘର ପ୍ରତିଷ୍ଠାନ

author img

By

Published : Apr 15, 2022, 9:38 AM IST

ବଲାଙ୍ଗୀର: ରାଜା ଅମଳରେ ସୁନ୍ଦର ବ୍ୟବସ୍ଥିତ ବଲାଙ୍ଗୀର ସହର ଏବେ ଅବ୍ୟବସ୍ଥାରେ । ଦିନେ ସହର ସୁବ୍ୟବସ୍ଥିତ ନାଳ ନର୍ଦ୍ଦମା ଓ ରାସ୍ତା ଯୋଗୁଁ ବଲାଙ୍ଗୀର ଜଣାଶୁଣା ଥିଲା । ହେଲେ ଏବେ ବିକାଶ ନାଆରେ ବେଆଇନ ନିର୍ମାଣ ସହରକୁ ସଙ୍କୁଚିତ କରିବା ସହ ସବୁ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇଯାଇଛି । ସହର ମଧ୍ୟରେ ବେଆଇନ କୋଠା ଓ ବ୍ୟବସାୟୀ ପ୍ରତିଷ୍ଠାନ ଗଢି ଉଠିବା ଏହାର ମୁଖ୍ୟ କାରଣ ଅଟେ । ତେବେ ବଲାଙ୍ଗୀର ସହରରେ ବିଗତ ଦଶ ବର୍ଷ ମଧ୍ୟରେ ଚାରିପଟେ ବେଆଇନ ଜମି ବିକ୍ରି ଓ ଘର ଦ୍ବାର ନିର୍ମାଣ ଏବେ ସହର ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟବସାୟିକ ପ୍ରତିଷ୍ଠାନ ସବୁ ପାର୍କିଂ, ପ୍ରଦୂଷଣ ଭଳି ବିଭିନ୍ନ ଅନୁମତି ନେଇ ତାକୁ ମାନୁ ନାହାଁନ୍ତି । ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି ।

ବିକାଶ ନାଁରେ ବିଗିଡିବାରେ ଲାଗିଛି ବଲାଙ୍ଗୀରର ବ୍ୟବସ୍ଥା, ଚାଲିଛି ବେଆଇନ ବ୍ୟବସାୟିକ ଘର ପ୍ରତିଷ୍ଠାନ

ସେହିପରି ବିନା ଡ୍ରେନେଜ୍ ସିଷ୍ଟମରେ ସହର ମଧ୍ୟରେ କୃତ୍ରିମ ବନ୍ୟା ପରିସ୍ଥିତି ରହିଆସିଛି । ତେବେ ନିୟମ ଅନୁସାରେ ଘରଟିଏ ବା ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିବାକୁ ହେଲେ ପ୍ରଥମେ ଆବଶ୍ୟକ ଘରଡିହ ଜମି ନେଇ ପରେ ଟାଉନ ପ୍ଲାନିଂ ବିଭାଗର ଅନୁମତି ଲୋଡ଼ା ହୋଇଥାଏ । ଯେଉଁଥିରେ ପାର୍କିଂ, ନାଳ ନର୍ଦ୍ଦମା ଓ ରାସ୍ତାକୁ ଗୁରୁତ୍ଵ ଦିଆଯାଇଥାଏ । ଏହାକୁ ଖିଲାଫ କଲେ ସ୍ଥାନୀୟ ପ୍ରଶାସନ କିମ୍ବା ପୌର ପରିଷଦ ସମ୍ପୃକ୍ତ ନିର୍ମାଣ ଉପରେ କଡା ପଦକ୍ଷେପ ନେବାର ବ୍ୟବସ୍ଥା ଅଛି । ହେଲେ ଏସବୁକୁ ଏଠି ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ ଓ ତାଙ୍କର ସ୍ଥାଣୁତା ସବୁ ସମସ୍ୟାକୁ ଜନ୍ମ ଦେଇଛି । ଏଭଳିକୁ ନିକଟରେ ବଲାଙ୍ଗୀର ଟାଉନ ପ୍ଳାନିଂ ବିଭାଗ କିଛି ନିର୍ମାଣକୁ ଅବୈଧ ଦର୍ଶାଇ ନିର୍ମାଣ କାମ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛି ।

ଏହିଭଳି ବଲାଙ୍ଗୀର ଏଲ ଆଇସି କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣାଧୀନ ଥିବା ଏକ ବ୍ୟବସାୟିକ ଘରକୁ ମଧ୍ୟ ସମାନ ନୋଟିସ କରିଛି । ଏବଂ ପୌର ପରିଷଦକୁ ପଦକ୍ଷେପ ନେବାକୁ ଚିଠି କରିଛି, ହେଲେ ଫଳ ଶୂନ । ତେବେ ଏହିଭଳି ଅନେକ ପ୍ରତିଷ୍ଠାନ କମ୍ପ୍ଲେକ୍ସ ବେଆଇନ ଭାବରେ ତିଆରି ଚାଲିଥିବା ବେଳେ ପୌର ପରିଷଦ ଓ ସହରୀ ଯୋଜନା ବିଭାଗ ପରସ୍ପରକୁ ଦୋଷ ଦେଇ ଚୁପ୍ ପଡିଛନ୍ତି । ଅନ୍ୟପଟେ ସହର ମଧ୍ୟରେ ଗରିବ ଲୋକଙ୍କ ବସ୍ତି ବିକାଶ ନାଆରେ ଉଚ୍ଛେଦ କରାଯାଉଥିବା ବେଳେ ଧନୀ ମାନଙ୍କର ଏଭଳି ବେଆଇନ୍ ନିର୍ମାଣକୁ କାହିଁକି ପ୍ରଶୟ ଦିଆଯାଇଛି ତା’କୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.