ETV Bharat / state

ଡାକ୍ତରଙ୍କୁ ଯୁବକଙ୍କ ଦୁର୍ବ୍ୟବହାର ଘଟଣା, ବଲାଙ୍ଗୀର ଏସପିଙ୍କୁ ଭେଟିଲେ ସ୍ଥାନୀୟ ଲୋକେ

author img

By

Published : Oct 23, 2019, 7:32 PM IST

ବେଲପଡାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକଙ୍କ ଦୁର୍ବ୍ୟବହାର ଘଟଣା । ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ଲୋକେ ।

ଡିଜାଇନ ଫଟୋ

ବଲାଙ୍ଗୀର: ବେଲପଡାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକଙ୍କ ଦୁର୍ବ୍ୟବହାର ଘଟଣାରେ ଏସପିଙ୍କୁ ଭେଟିଲେ ସ୍ଥାନୀୟ ଲୋକେ । ପୂର୍ବରୁ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ଏସପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପାଟଣାଗଡ ଥାନାରେ ଡାକ୍ତରଙ୍କ ନାଁରେ ହତ୍ୟା ଧମକର ଅଭିଯୋଗ ହୋଇଥିବାରୁ ମାମଲା ଏବେ ଜଟିଳ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପାଟଣାଗଡର ଦୁଇ ଜଣ ଯୁବକ ଡାକ୍ତରଙ୍କ ଆବାସିକ କ୍ଲିନିକକୁ ଯାଇ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବାର ଡାକ୍ତର ପ୍ରୀତମ ସୁନା ଲିଖିତ ଭାବେ ବେଲପଡା ଥାନାରେ ଜଣାଇଥିଲେ । ଯାହାକୁ ନେଇ ବେଲପଡା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଡାକ୍ତରଙ୍କ ସପକ୍ଷରେ ସ୍ଥାନୀୟ ଲୋକେ ଏସପିଙ୍କୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ପାଟଣାଗଡ ଥାନାରେ ଦୁଇ ଯୁବକ ଡାକ୍ତରଙ୍କ ନାଁରେ ହତ୍ୟା ଧମକର ଲିଖିତ ଅଭିଯୋଗ କରିଛନ୍ତି । ଫଳରେ ଏହି ମାମଲା ଏବେ ଜଟିଳ ହେବାରେ ଲାଗିଛି । ତେବେ ବଲାଙ୍ଗୀର ଏସପି ଏହାର ତଦନ୍ତ ଦାୟିତ୍ବ ଜଣେ ଡିଏସପିଙ୍କୁ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Intro:ବଲାଂଗୀର ବେଳପଡା ପ୍ରାଥମିକ ଡାକ୍ତର ଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ବେଳପଡା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏସ୍ପି ଙ୍କୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଡାକ୍ତରଙ୍କ ନାଁରେ ମଧ୍ୟ ଅନୁରୂପ ଭାବରେ ହତ୍ୟା ଧମକର ମାମଲା ପାଟଣାଗଡ଼ ଥାନାରେ ରୁଜୁ ହୋଇଥିବା ବେଳେ ମମାଲା ଏବେ ଜଟିଳ ହେବାରେ ଲାଗିଛି ।

Body:ବଲାଂଗୀର ବେଳପଡା ପ୍ରାଥମିକ ଡାକ୍ତର ଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁଇ ଜଣ ଯୁବକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ପାଟଣାଗଡ଼ର ଦୁଇ ଜଣ ଯୁବକ ଡାକ୍ତରଙ୍କ ଆବାସିକ କ୍ଲିନିକ କୁ ଯାଇ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବାର ଡାକ୍ତର ପ୍ରୀତମ ସୁନା ଲିଖିତ ଭାବରେ ବେଳପଡା ଥାନାରେ ଜଣାଇଛନ୍ତି। ଯାହାକୁ ନେଇ ବେଳପଡା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଡାକ୍ତର ଙ୍କ ସପକ୍ଷ୍ୟ ରେ ସ୍ଥାନୀୟ ଲୋକେ ଏସ୍ପି ଙ୍କୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି । ଅନ୍ୟପଟେ ଡାକ୍ତରଙ୍କ ନାଁରେ ମଧ୍ୟ ଅନୁରୂପ ଭାବରେ ହତ୍ୟା ଧମକର ମାମଲା ପାଟଣାଗଡ଼ ଥାନାରେ ଦୁଇ ଯୁବକ ଲିଖିତ ଜଣାଇଛନ୍ତି । ସେପଟେ ଏହି ମମାଲା ଏବେ ଜଟିଳ ହେବାରେ ଲାଗି ଥିବା ବେଳେ ବଲାଂଗୀର ଏସ୍ପି ପ୍ରତ୍ୟକ୍ଷ ଭାବରେ ମାମଲାର ଅନୁଧ୍ୟାନ କରୁଥିବା ବେଳେ ଜଣେ ଦିଏସ୍ପିଙ୍କ ଏହାର ତଦନ୍ତ ଭାର ଦେଇଛନ୍ତି ।
ବାଇଟ ଲବ ସୁନା ଅଭିଯୋଗ କାରି ବେଳପଡା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.