ବଲାଙ୍ଗୀର: ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ବନ ବିଭାଗ । ଏହି ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା । ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
ସୂଚନା ଅନୁସାରେ, ବଲାଙ୍ଗୀର ସଇଁତଳା ନିକଟ ବରଗାଁ ଛକଠାରେ ଏକ ବସ୍ତାରେ ବଜ୍ରକାପ୍ତା ଚାଲାଣ କରୁଥିବା ବନ ବିଭାଗକୁ ସୂଚନା ମିଳିଥିଲା। ତେବେ ଘଟଣାସ୍ଥଳରେ ବନ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ତେବେ ଭୁବନେଶ୍ବର ବନ ବିଭାଗ ଏସଟିଏଫ୍ ଓ ବଲାଙ୍ଗୀର ବନ ବିଭାଗ ମିଳିତ ଭାବରେ ଏହି ଚଢ଼ାଉ କରାଯାଇଥିଲା।
ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସଂପୃକ୍ତ ଅଭିଯୁକ୍ତ ଜଣକ ପାଟଣାଗଡ଼ ତମିଆ ଗ୍ରାମର ଅଜିତ ବୁଡେକ ହୋଇଥିବା ଜଣାପଡ଼ିଛି। ଉଦ୍ଧାର ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଥିବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ