ETV Bharat / state

ପାଟଣାଗଡ଼ ବିଡିଓଙ୍କ ମହାନତା: କୋରୋନାରେ ମୃତ ବ୍ୟକ୍ତିଙ୍କୁ କଲେ ସତ୍କାର

author img

By

Published : Jun 2, 2021, 4:03 PM IST

ବଲାଙ୍ଗୀରରେ କୋରୋନାରେ ମୃତ୍ୟୁ ହେଲେ ମୃତଦେହକୁ ମଧ୍ୟ ଛୁଇଁବାକୁ ଡରୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପାଟଣାଗଡ଼ ବିଡିଓ ଜଣେ କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରି ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢନ୍ତୁ...

ପାଟଣାଗଡ଼ ବିଡିଓଙ୍କ ମହାନତା, କୋରୋନାରେ ମୃତ ବ୍ୟକ୍ତିଙ୍କୁ କଲେ ସତ୍କାର

ବଲାଙ୍ଗୀର: ଜିଲ୍ଲାରେ କୋରୋନା ତାର ଭୟାବହତା ଦେଖାଇ ଚାଲିଥିବାବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ବେଶ ଭୟ ଦେଖିବାକୁ ମିଳୁଛି । ପରିସ୍ଥିତି ଏପରି ହୋଇଛି ଯେ, ରକ୍ତର ସମ୍ପର୍କ ମଧ୍ୟ ଫିକା ପଡ଼ିଥିବା ବେଳେ ଲୋକେ କୋରୋନାରେ ମୃତ୍ୟୁବରଣ କରିଥିବା ମୃତଦେହକୁ ଛୁଇଁବା ପାଇଁ ମଧ୍ୟ ଡରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ପାଟଣାଗଡ଼ ବିଡିଓ କୋରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ପୁଣି ଚର୍ଚ୍ଚାରେ ଆସିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦଳଦଳି ଗ୍ରାମର ଅର୍ଜୁନ କୁମଡ଼ିଆ କିଛି ଦିନ ତଳେ କୋରୋନାରେ ସଂକ୍ରମିତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ । ହେଲେ ଏଠି ଚିକିତ୍ସା ଠିକରେ ମିଳୁନଥିବାର କହି ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ । ତେବେ ଘରେ ସେ ପହଞ୍ଚିବା ପରେ ଗୁରୁତର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ଝିଅ ଥିବାବେଳେ ସମ୍ପର୍କୀୟ କିମ୍ବା ଗ୍ରାମବାସୀ କେହି ପାଖ ମାଡ଼ି ନଥିଲେ ଏବଂ ମୃତଦେହ ଅସହାୟ ଅବସ୍ଥାରେ ଦୀର୍ଘ ସମୟ ପଡ଼ି ରହିବା ପରେ ଏହାର ଖବର ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ପାଇଥିଲେ । ସେ ନିଜେ ତଥା ଏଠିକାର ଡାକ୍ତରଖାନାର ଫାର୍ମାସିଷ୍ଟ ମନୋଜ ଆଚାର୍ଯ୍ୟ, ବଣାଇ ମୁଣ୍ଡା ସରପଞ୍ଚ, ଖୁଣ୍ଟ ସମଲେଇର ସମିତି ସଭ୍ୟ ପ୍ରମୁଖ ପିପିଇ କିଟ ପିନ୍ଧି ମୃତଦେହକୁ ଘରୁ ବାହାର କରି ଗାଆଁ ମୁଣ୍ଡରେ ସତ୍କାର କରିଥିଲେ। ତେବେ ଏହି ସମୟରେ ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ତେବେ ପୂର୍ବରୁ ପାଟଣାଗଡ଼ ବିଧାୟକ କୋରୋନା ସଚେତନତା ଗୀତ ଗାଇ ବେଶ୍ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କର ପୁଣି ଏହି ମହତ୍ କାର୍ଯ୍ୟ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.