ETV Bharat / state

ବଲାଙ୍ଗୀରରେ ଚିନ୍ତାର କାରଣ ପାଲଟିଛି ଜମିଜମା ସମସ୍ୟା - ବଢୁଛି ବିବାଦ,ମିଳୁନି ନ୍ୟାୟ

ଦିନକୁ ଦିନ ବଲାଙ୍ଗୀରରେ ବୃଦ୍ଧି ପାଇବାରେ ଲାଗିଛି ଜନସଂଖ୍ୟା । ଏହା ସହ ତାଳଦେଇ ସହରରେ ଗଢିଉଠୁଛି କଳକାରଖାନା ସହ ବ୍ୟବସାୟିକ ପ୍ରତିଷ୍ଠାନ । ସୀମିତ ଜମି ମଧ୍ୟରେ ଗଢି ଉଠୁଛି ବିଭିନ୍ନ ଅନୁଷ୍ଠାନ ଯାହା ଫଳରେ ବୃଦ୍ଧି ପାଇଛି ଜମି ବିବାଦ ସମସ୍ୟା । ଏଭଳି ଗଭୀର ସମସ୍ୟା ଏବେ ମୁଣ୍ଡ ଟେକିଉଠିଛି ବଲାଙ୍ଗୀର ସହରରେ । ଅଧିକ ପଢନ୍ତୁ...

land dispute case increased people not get justice in bolangir
ବଲାଙ୍ଗୀରରେ ଚିନ୍ତାର କାରଣ ପାଲଟିଛି ଜମିଜମା ସମସ୍ୟା
author img

By

Published : Mar 23, 2021, 7:29 PM IST

ବାଲଙ୍ଗୀର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଜନସଂଖ୍ୟା । ଏହା ସହ ତାଳଦେଇ ସହରରେ ଗଢିଉଠୁଛି କଳକାରଖାନା ସହ ବ୍ୟବସାୟିକ ପ୍ରତିଷ୍ଠାନ । ସୀମିତ ଜମି ମଧ୍ୟରେ ଗଢି ଉଠୁଛି ବିଭିନ୍ନ ଅନୁଷ୍ଠାନ ଯାହା ଫଳରେ ବୃଦ୍ଧି ପାଇଛି ଜମି ବିବାଦ ସମସ୍ୟା । ଜମିଜମା ମାମଲାକୁ ନେଇ ଥାନା କୋର୍ଟ କଚେରୀ ଦଉଡ଼ି ଦଉଡ଼ି ନୟାନ୍ତ ହେଉଛନ୍ତି ଲୋକେ କିନ୍ତୁ ମିଳୁନି ନ୍ୟାୟ । ଏ ଭଳି ଗଭୀର ସମସ୍ୟା ଏବେ ମୁଣ୍ଡ ଟେକିଉଠିଛି ବଲାଙ୍ଗୀର ସହରରେ ।

ବଲାଙ୍ଗୀରରେ ଚିନ୍ତାର କାରଣ ପାଲଟିଛି ଜମିଜମା ସମସ୍ୟା
ସହରର ଲୋକଙ୍କ ମଧ୍ୟରେ ଅହେତୁକ ଭାବରେ ବୃଦ୍ଧି ପାଉଛି ଜମି ବିବାଦ। କେତେବେଳେ ପରିବାର ମଧ୍ୟରେ ଜମି ବିବାଦ ତ କେତେବେଳେ ଜମି କିଣା ବିକାରେ ବିବାଦ। ଜମିର ଦର ବୃଦ୍ଧି ଏହା ପଛରେ ଆଉ ଏକ କାରଣ ଥିବା ବେଳେ ଜମିର ମାଲିକାନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ତେବେ ନ୍ୟାୟ ପାଇଁ ଲୋକେ ପୋଲିସ ଓ କୋର୍ଟ ଦ୍ବାରସ୍ତ ହେଉଛନ୍ତି । ବଲାଙ୍ଗୀର ସହର ମଧ୍ୟରେ ଜମି ଦଲାଲଙ୍କ ସଂଖ୍ୟା ବଢିଥିବାବେଳେ ଜମି ମାଫିଆ ମଧ୍ୟ ସକ୍ରିୟ ଅଛନ୍ତି। ପ୍ରକୃତ ଜମି ମାଲିକମାନେ ଏହା ଦ୍ବାରା ନାହିଁ ନ ଥିବା ହଇରାଣ ହେଉଛନ୍ତି । ଯେଉଁଥିରେ ସପ୍ତାହକୁ ତିନିଟି ଜମିଜମା ମାମଲା କୋର୍ଟ କିମ୍ବା ପୋଲିସ ପାଖରେ ରୁଜୁ ହେଉଛି। ସେପଟେ ବଲାଙ୍ଗୀର ପୋଲିସ ଏହି ମାମଲାରେ ହାତ ବାନ୍ଧି ବସି ଥିବାବେଳେ ପ୍ରଶାସନ ମଧ୍ୟ ଚୁପ ବସିଛି। ଜମିଜମା ମାମଲା ସମାଧାନ ପାଇଁ ବଲାଙ୍ଗୀର ଉପଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ତଥାପି ଫଳ ଶୂନ । ସେପଟେ ହାଇକୋର୍ଟ ବେଞ୍ଚ ଦାବି ନେଇ ଚାଲିଥିବା ଆନ୍ଦୋଳନ ପାଇଁ ତିନି ବର୍ଷ ହେବ କୋର୍ଟରେ କାମ କରୁନାହାଁନ୍ତି ଓକିଲ । ଯାହା ପାଇଁ ଲୋକେ ଉଚିତ ନ୍ୟାୟ ପାଇ ପାରୁ ନାହାନ୍ତି ବୋଲି ଆଇନ ବିଶାରଦ କହିଛନ୍ତି ।ତେବେ ଜମିଜମା ମାମଲା ନେଇ ଲୋକେ ପୋଲିସ ଷ୍ଟେସନ ଯାଉଥିବାବେଳେ ବିଭିନ୍ନ କାରଣରୁ ତାହା କେବଳ ଫାଇଲ ମଧ୍ୟରେ ସୀମିତ ରହୁଛି । ଆଉ କୋର୍ଟକୁ ଗଲେ ମାମଲା ବର୍ଷ ବର୍ଷ ଧରି ଗଡ଼ିବା ଯୋଗୁଁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି, ଯାହାଫଳରେ ଲୋକେ ସମୟ ଗଡିବା ସହ ନିଜ ଜମି ହରାଇ ଆର୍ଥିକ ଓ ମାନସିକ ଅବସାଦର ଶିକାର ହେଉଛନ୍ତି ।ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.