ETV Bharat / state

ବଲାଙ୍ଗୀର ସହରରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ବଲାଙ୍ଗୀର ସହରର ଏକ ମୋବାଇଲ ଦୋକାନରୁ ପ୍ରାୟ 50 ଲକ୍ଷ ଟଙ୍କାର ମୋବାଇଲ ଚୋରି ଅଭିଯୋଗ । ଦୋକାନ ତାଲା ଭାଙ୍ଗି ମୋବାଇଲ ସହ ଅନ୍ୟ ଉପକରଣ ଚୋରି । ଅଧିକ ପଢନ୍ତୁ

lakhs-amount-of-mobile-rubbery-at-balangir-town
ବଲାଙ୍ଗୀର ସହରରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
author img

By

Published : Jan 15, 2022, 10:40 PM IST

ବଲାଙ୍ଗୀର: ବଲାଙ୍ଗୀର ସହରର ଏକ ମୋବାଇଲ ଦୋକାନରୁ ପ୍ରାୟ 50 ଲକ୍ଷ ଟଙ୍କାର ମୋବାଇଲ ଚୋରି ଅଭିଯୋଗ । ଦୋକାନ ତାଲା ଭାଙ୍ଗି ମୋବାଇଲ ସହ ଅନ୍ୟ ଉପକରଣ ଚୋରି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସହରରେ ଦିନକୁ ଦିନ ଚୋରି ଓ ଡ଼କାୟତି ବଢ଼ି ଚାଲିଛି। ତେବେ ସହର ମଧ୍ୟରେ ଥିବା ଏକ ହୋଲସେଲ ମୋବାଇଲ ଦୋକାନ ପ୍ରାୟ 5୦ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଟାଉନ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ସହାୟତାରେ ତଦନ୍ତ ଚଳାଇଛି ।

ବଲାଙ୍ଗୀର ସହରରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ଆଜି ସକାଳୁ ଦୋକାନର ତାଲା ଭଙ୍ଗା ଯାଇଥିବାର ଦୋକାନ ମାଲିକ ଦେଖିଥିଲେ। ଏହାପରେ ସେ ଟାଉନ ଥାନା ପୋଲିସକୁ ଚୋରି ହୋଇଥିବା ବିଷୟରେ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି । ଦୋକାନରୁ ନାମୀ ଦାମୀ କମ୍ପାନୀର ମୋବାଇଲ ଓ ସାମଗ୍ରୀ ଚୋରି ହୋଇଥିବାର ଦୋକାନୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସହର ମଧ୍ୟରୁ ଏତେ ବଡ ଧରଣର ଚୋରି ପ୍ରଥମ ଘଟଣା ହୋଇଥିବା ବେଳେ ଟାଉନ ପୋଲିସ ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଛି । ସେହିପରି ପାଖ ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.