ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ - labour death

ବଲାଙ୍ଗିର ଚୁଡାପାଲି ଗାଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୁକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
author img

By

Published : Jul 10, 2019, 8:02 PM IST

ବଲାଙ୍ଗିର: ଜିଲ୍ଲାର ଚୁଡାପାଲି ଠାରେ ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ମୁକେଶ ପ୍ରଧାନ । ମୁକେଶଙ୍କର ମୃତ୍ୟୁରେ ପରିବାର ଓ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସୂଚନାନୁସାରେ, ଚୁଡାପାଲି ଗାଁ ମଧ୍ୟରେ ଯାଇଥିବା ବିଦ୍ୟୁତ ତାର ରକ୍ଷଣା ବେକ୍ଷଣା ଅଭାବରୁ ଅତି ତଳକୁ ଝୁଲି ଯାଇଥିଲା । ଏହି ସମୟରେ ମୁକେଶ ପ୍ରଧାନ ଗୋଟିଏ ଟ୍ରାକ୍ଟରରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ସେ ଗୁରୁତର ହୋଇଯାଇଥିଲେ । ଏହାପରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ଚୁଡାପାଲି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ମୃତ ଦେହ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ନିତି ଯୋଗୁଁ ଏହା ଘଟିଥିବା ଅଭିଯୋଗରେ ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୁରଣ ଦାବି କରିଛନ୍ତି । ପରେ ବିଦ୍ୟୁତ ବିଭାଗର ପ୍ରତିଶୃତି ଓ ଜିଲ୍ଲା ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆ ଯିବା ପରେ ଏହି ଆନ୍ଦୋଳନ ହଟିଥିଲା ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.