ETV Bharat / state

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ, ନିଷ୍ପତ୍ତିକୁ କୋଶଳ ସଂଗଠନର ବିରୋଧ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ତୀବ୍ର ବିରୋଧ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଅଧିକ ପଢନ୍ତୁ...

author img

By

Published : Dec 3, 2020, 10:25 PM IST

Koshal State Coordination Committee oppose inclusion of Bande Utkal Janani Sangeet in school sylabus
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ନିଷ୍ପତିକୁ ବିରୋଧ

ବଲାଙ୍ଗୀର: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ତୀବ୍ର ବିରୋଧ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ସରକାର ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗକୁ ତୀବ୍ର ଆନ୍ଦୋଳନର ଧମକ ଦେଇଛି ସଂଗଠନ ।

ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ପ୍ରଥମେ ରାଜ୍ୟ ସଙ୍ଗୀତ ମାନ୍ୟତା ପରେ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ଘୋଷଣା କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଏହି ସଂଗଠନ ଦୀର୍ଘ ବର୍ଷ ହେବ ଅଲଗା କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ କରି ଆସୁଛି । ରାଜ୍ୟ ସରକାର ପଶ୍ଚିମ ଓଡିଶାର ଦୁଇ କୋଟି ଲୋକଙ୍କ ମତ ନ ନେଇ ତାଙ୍କ ଉପରେ ଏହି ନିଷ୍ପତ୍ତି ଥୋପି ଥିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ସଂଗଠନର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ।

ଏହି ନିଷ୍ପତ୍ତି ବିରୋଧରେ ଆଗାମୀ ଦିନରେ ଜିଲ୍ଲା ସ୍ଥରରୁ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି । ଏଥିପାଇଁ ଗୁରୁବାର ବଲାଙ୍ଗୀରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବୈଠକରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶୈଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.