ETV Bharat / state

Odisha Train Accident: କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କୋଶଳ ସଂଗଠନ - ବାଲେଶ୍ବର ଭୟଙ୍କର ଟ୍ରେନ ଦୁର୍ଘଟଣା

ବାଲେଶ୍ବର ଭୟଙ୍କର ଟ୍ରେନ ଦୁର୍ଘଟଣା । କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କୋଶଳ ସଂଗଠନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 3, 2023, 5:41 PM IST

ଇସ୍ତଫା ଦାବି କଲା କୋଶଳ ସଂଗଠନ

ବଲାଙ୍ଗୀର: ବାଲେଶ୍ବର ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଭାରତକୁ ସ୍ତବ୍ଧ କରିଛି । ସମୟ ଗଡିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ନେଇ ଦାବି କରିଛି କୋଶଳ ସଂଗଠନ । ଆଜି (ଶନିବାର) ସଂଗଠନ ପକ୍ଷରୁ ଶୋକସଭା କରି ସମସ୍ତ ମୃତକଙ୍କ ଲାଗି ପ୍ରାର୍ଥନା କରିବା ସହିତ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଆହତଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି କରିଛି ।

ଏହି ଦୁର୍ଘଟଣା ମନୁଷ୍ୟକୃତ ଅଟେ ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ସଂଗଠନ । ସେହିପରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଦାବି ହୋଇଛି । ଏହି ଘଟଣା ନେଇ ନୈତିକତା ଦୃଷ୍ଟିରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କୋଶଳ ସଂଗଠନ । ଏହାସହ ମୃତକଙ୍କ ପରିବାର ବର୍ଗକୁ ୫୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଏମାନେ ଦାବି କରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟକୁ କେବେ ବି ଭୁଲା ଯାଇପାରିବ ନାହିଁ ବୋଲି ସଂଗଠନ କହିଛି । ଏପରିକି ସେଠିକାର ସ୍ବେଚ୍ଛାସେବୀ ଓ ସାମାଜିକ ସଂଗଠନ ତଥା ସାଧାରଣ ଲୋକଙ୍କ ପ୍ରୟାସକୁ ଏମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ- Train Accident: ଦୁର୍ଘଟଣାସ୍ଥଳ ବାହାନଗାରେ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା, ଆହତଙ୍କୁ ମେଡିକାଲରେ ଭେଟିଲେ

ସେହିପରି ରାତି ତମାମ ଲୋକ ଉଜାଗର ରହି ଆବଶ୍ୟକ ଥିବା ରକ୍ତ ପାଇଁ ଲାଇନ ଲାଗି ରକ୍ତ ଦେବା ଏକ ଉଦାହରଣ । ଏଥିଲାଗି ସଂଗଠନ ଅନ୍ତରଆତ୍ମାରୁ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଛି । ଏନେଇ କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି, " ଏହି ଦୁର୍ଘଟଣା ମନୁଷ୍ୟକୃତ ଅଟେ । ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଏତେ ବଡ଼ ଭୟଙ୍କର ତଥା ଛାତିଥରା ଦୁର୍ଘଟଣା ଘଟିଛି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ନୈତିକତା ଦୃଷ୍ଟିରୁ କେନ୍ଦ୍ର ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ । ଏହାସହ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଆର୍ଥିକ ସହାୟତା ସାଙ୍ଗକୁ ଗୁରୁତର ଆହତଙ୍କୁ ୨୫ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ଆବଶ୍ୟକ ।"

କୋଶଳ ନେତା ରଣରାଜ ସିଂହଦେଓ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସହଯୋଗକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ସେଠିକାର ସ୍ବେଚ୍ଛାସେବୀ, ସାମାଜିକ ଅନୁଷ୍ଠାନ, ଏନଜିଓ ଏବଂ ସାଧାରଣ ଲୋକଙ୍କ ଉଦ୍ୟମକୁ ସେ ଧନ୍ୟବାଦ ଜଣାଇଛନ୍ତି । ରାତି ତମାମ ଲୋକ ଉଜାଗର ରହି ଲାଇନରେ ରହି ରକ୍ତ ଦାନ କରିବା ଏକ ଉଦାହରଣ ବୋଲି ସେ କହିଛନ୍ତି । ଅସୁବିଧାରେ ଏହି ଏକତା ମାନବ ସେବା ଏକ ଉଦାହରଣ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.