ETV Bharat / state

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଜ୍ୟ କିଷାନ କଂଗ୍ରେସ

ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି । ଏପରି ଅଭିଯୋଗ ଆଣିଛି ରାଜ୍ୟ କିଷାନ କଂଗ୍ରେସ । ଅଧିକ ପଢନ୍ତୁ

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଜ୍ୟ କିଷାନ କଂଗ୍ରେସ
ଧାନ କିଣାରେ ବ୍ୟାପକ ଦୁର୍ନୀତି: ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଜ୍ୟ କିଷାନ କଂଗ୍ରେସ
author img

By

Published : Jan 8, 2022, 10:54 PM IST

ବଲାଙ୍ଗୀର : ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ଆଣିଛି ରାଜ୍ୟ କିଷାନ କଂଗ୍ରେସ । ତେବେ ରାଜ୍ୟ କିଶାନ କଂଗ୍ରେସର ଏକ ପ୍ରତିନିଧି ଦଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରେ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମତ ଦେଇଛି। ତେବେ ସବୁଠି ଧାନ କିଣାରେ ସରକାର, ପ୍ରଶାସନ ଓ ମିଲରଙ୍କ ମଧୁ ଚନ୍ଦ୍ରିକା ଥିବା ବେଳେ ଏମାନେ ମିଳିତ ଭାବରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ।

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଜ୍ୟ କିଷାନ କଂଗ୍ରେସ

ସେହିପରି ସମସ୍ତ ମଣ୍ଡିରେ ପ୍ରତ୍ୟେକ ଚାଷୀଙ୍କ ଠାରୁ କୁଣ୍ଟାଲ ପିଛା ପାଞ୍ଚରୁ ଦଶ କିଲୋ କଟନୀଛଟନୀ କରୁଥିବାର କହିଛନ୍ତି । ସେହିପରି ଚାଷୀଙ୍କ ପରିବହନ ଖର୍ଚ୍ଚ ଏମାନେ ହଡ଼ପ କରୁଥିବାର ଅଭିଯୋଗ ଆଣିଛନ୍ତି। ଏହାଛଡା ତିନି ହଜାର କୋଟି ଟଙ୍କାର ଅଖା ବସ୍ଥା ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଉଠାଇଛି କିଶାନ କଂଗ୍ରେସ । ତେବେ ସମସ୍ତ ମଣ୍ଡିରୁ ଖୁବଶୀଘ୍ର ଚାଷୀଙ୍କ ଧାନ ଉଠାଇବା, ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ସହ କୁଣ୍ଟାଲ ପିଛା 990 ଟଙ୍କା ଅତିରିକ୍ତ ଅର୍ଥ ପ୍ରଦାନ କରିବାକୁ ଦାବି ହୋଇଛି । ଏହି ସମସ୍ତ ଦାବି ପୂରଣ ନ ହେଲେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.